ଯୁବତୀଙ୍କୁ ଅପହରଣ ଅଭିଯୋଗରେ ରଙ୍ଗିଲା ବାବାକୁ ଉଠିଇନେଲା ପୋଲିସ

ଯୁବତୀଙ୍କୁ ଅପହରଣ ଅଭିଯୋଗରେ ରଙ୍ଗିଲା ବାବାକୁ ଉଠିଇନେଲା ପୋଲିସ

Share with people

ଯୁବତୀଙ୍କୁ ଅପହରଣ ଅଭିଯୋଗରେ ରଙ୍ଗିଲା ବାବାକୁ ମାଡିବସଲା ପୋଲିସ I ପୁଣି ଧରା ହୋଇଛନ୍ତି ଜଣେ ରଙ୍ଗିଲା ବାବା କଟକ ଜିଲ୍ଲା ତିଗିରିଆ ଅଞ୍ଚଳର ସୋମପଡାରେ ଆଶ୍ରମ କରି ରହୁଥିଲେ ରଙ୍ଗିଲା ବାବା କୈବଲ୍ୟ ଜାନି I ସେ ଯୁବତୀ ମାନଙ୍କୁ ଅପହରଣ କରି କରୁଥିଲେ ରାସଲୀଳା। ଏମିତି କିଛି ସାଂଘାତିକ ଅଭାଯୋଗ ଆସିଛି ବାବା କୈବଲ୍ୟ ଜାନିଙ୍କ ନାଁରେ I ଆଜି ଆଶ୍ରମରେ ଢେଙ୍କାନାଳ ପୋଲିସ ଚଢ଼ାଉ କରି ତାଙ୍କ ଆଶ୍ରମରୁ ବହୁ ଆପତ୍ତିଜନକ ଜିନିଷ ଜବତ କରିବା ସହିତ ବାବାଙ୍କୁ ଉଠାଇନେଇଛି ଢେଙ୍କାନାଳ ପୋଲିସ। ସୁଚନା ଅନୁସାରେ କଟକ ଜିଲ୍ଲା ତିଗିରିଆ ଥାନା ଅଞ୍ଚଳରେ ଦୀର୍ଘବର୍ଷ ଧରି ଆଶ୍ରମ କରି ରହୁଥିବା ଏହି ରଙ୍ଗିଲା ବାବା ଢେଙ୍କାନାଳ ଅଞ୍ଚଳର ଜଣେ ଯୁବତୀଙ୍କୁ ଅପହରଣ କରିଥିବା ନେଇ ସଂପୃକ୍ତ ବାବାଙ୍କ ନାଁରେ ଯୁବତୀ ଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ,ପାରିବାରିକ ସମସ୍ୟାର ସମାଧାନ ପାଇଁ ଯୁବତୀ ଜଣକ ଉକ୍ତ ବାବାଙ୍କ ନିକଟକୁ ଯିବା ଆସିବା କରୁଥିଲେ। ଏହାରି ମଧ୍ୟରେ ବାବା ଓ ଉକ୍ତ ଯୁବତୀଙ୍କ ସହ ସମ୍ପର୍କ ଗଢ଼ି ଉଠିଥିଲା। କିଛି ଦିନ ପରେ ଯୁବତୀ ଜଣକ ନିଖୋଜ ହୋଇଯାଇଥିଲେ ଓ ତା ପରେ ପରିବାର ଲୋକେ ତାଙ୍କୁ ବାବା ଜଣଙ୍କ ଅପହରଣ କରି ନେଇଛନ୍ତି ବୋଲି ଯୁବତୀଙ୍କ ବାପା ଗତ ୭ ତାରିଖ ଦିନ ଢେଙ୍କାନାଳ ସଦର ଥାନା ଅଧୀନ ଭାପୁର ଫାଣ୍ଡିରେ ଅଭିଯୋଗ କରିଥିଲେ। ଏହି ଘଟଣାକୁ ଗୁରୁତର ସହ ନେଇ ଢେ଼ଙ୍କାନାଳ ପୋଲିସ ଆଜି ତିଗିରିଆ ସୋମପଡା ସ୍ଥିତ ବାବାଙ୍କ ଆଶ୍ରମରେ ଚଢ଼ାଉ କରିଥିଲା। ସପୁକ୍ତ ବାବାଙ୍କ ନିକଟରୁ ପୋଲିସ ବହୁ ଆପତ୍ତି ଜନକ ଜିନିଷ ଓ ବିଭିନ୍ନ ଯୁବତୀ ଫଟ ମିଳିଥିଲା ବେଳେ ରଙ୍ଗିଲା ବାବାକୁ ଗିରଫ କରିଥିଲା। ଢେଙ୍କାନାଳ ପୋଲିସ ,ତାହା ସହିତ ଅପହରଣ ହୋଇଥିବା ଯୁବତୀକୁ ଢେଙ୍କାନାଳ ପୋଲିସ ଖୋର୍ଦ୍ଧା ବିଗୁନିଆରୁ ଉଦ୍ଧାର କରିଥିବା ସୂଚନା ମିଳିଛି I

( କଟକ ପ୍ରତିନିଧି ରାଜେଶ୍ କୁମାର ସାହୁଙ୍କ ରିପୋର୍ଟ୍ )


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *