ସାଧୁ ବେଶରେ କରୁଥିଲେ କିଡନାପ

ସାଧୁ ବେଶରେ କରୁଥିଲେ କିଡନାପ

Share with people

ନାବାଳକକକୁ ଅପହରଣ କରି ନେଉଥିଲେ ରାସ୍ତାଟି ଶେଷ ହୋଇଯିବାରୁ ଫଶିଲେ ବାବା

ସାଧୁ ବେଶଧାରୀ ଅପହର୍ତ୍ତାଙ୍କୁ କାବୁ କଲେ ଗ୍ରାମବାସୀ,

ଅନୁଗୁଳ ଜିଲା ରେଙ୍ଗାଳି ଥାନା ଶୁଶୁବା ପଞ୍ଚାୟତ ଭାଲିଆବେଡା ଗାଁର ଜୈନିକ ୧୦ ବର୍ଷର ବାଳକ ଆଜି ସକାଳେ ତାର ୨ ଜଣ ସାଙ୍ଗଙ୍କ ସହିତ ସକାଳ ୧୦ଟା ବେଳେ ଗାଁ ମୁଣ୍ଡରେ ସାଇକେଲରେ ବୁଲୁଥିଲେ । ଅର୍କିଳରୁ ଭାଲିଆବେଡା ଅଭିମୁଖେ ୨ ଟି କାରରେ ଆସି ଗାଁ ମୁଣ୍ଡରେ ସାଇକେଲରେ ବୁଲୁଥିବା ସୁମନ୍ତ ସାହୁଙ୍କ ପୁଅକୁ ହଠାତ କାରରେ ଉଠାଇ ନେବାବେଳେ ନାବାଳକଟି କାନ୍ଦି ଚିତ୍କାର କରିବାରୁ ସାଥୀ ପିଲା ଓ ଗ୍ରାମର ଲୋକମାନେ ଗାଡ଼ି ଦୁଇଟିକୁ ପିଛା କରିଥିଲେ। ଅପହରଣକାରୀ ମାନଙ୍କ କାର ଦୁଇଟି ଗାଁ ମୁଣ୍ତରେ ଥିବା ଏକ କଂକ୍ରିଟ ଜଙ୍ଗଲ ରାସ୍ତା ଦେଇ ଯିବାବେଳେ ରାସ୍ତାଟି ଗାଁ ମୁଣ୍ଡରେ ଶେଷ ହୋଇଥିଲା। ଫଳରେ ସେମାନେ ଆଗକୁ ଆଉ ଯାଇ ପାରି ନଥିଲେ କି ଗାଡ଼ି ବୁଲାଇବା ପାଇଁ ଆଉ ରାସ୍ତା ମଧ୍ଯ ନଥିବା ଦେଖିବାକୁ ମିଳିଥିଲା। ଗାଁ ଲୋକମାନେ ଘଟଣା ସ୍ଥଳରେ ପହଞ୍ଚି ୯ ଜଣ ଅପହରଣକାରୀଙ୍କୁ ଧରି ରେଙ୍ଗାଳି ପୋଲିସକୁ ଜିମା ଦେଇଥିଲେ। ଅପହରଣକାରୀ ମାନେ ହେଲେ ମଧ୍ୟପ୍ରଦେଶର ବାସିନ୍ଦା । ସେମାନେ ସାଧୁବେଶରେ ବସି କାରରେ ଆଜି ସକାଳେ ସ୍ଥାନୀୟ ଅଞ୍ଚଳରେ ବୁଲା ବୁଲି କରୁଥିଲେ ବୋଲି ଲୋକଙ୍କ ପକ୍ଷରୁ କୁହା ଯାଇଛି। ଖବର ପାଇ ରେଙ୍ଗାଳି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ି ଦୁଇଟିକୁ ଜବତ କରିବା ସହ ଅପହରଣକାରୀଙ୍କୁ ଧରି ଥାନାକୁ ନେଇ ପାଚରାଉଚରା କରି ତଦନ୍ତ ଜାରୀରଖିଥିବା ଜଣାପଡ଼ିଛି।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *