ରାଇରଙ୍ଗପୁର ସହରର ତେଣ୍ଟପୋଷି ଗାଁରେ ଅବକାରୀ ବିଭାଗର ମିଳିତ ଚଢ଼ାଉ

ରାଇରଙ୍ଗପୁର ସହରର ତେଣ୍ଟପୋଷି ଗାଁରେ ଅବକାରୀ ବିଭାଗର ମିଳିତ ଚଢ଼ାଉ

Share with people

ନୂଆ ଅବକାରୀ ନୀତିରେ ରାଜ୍ୟସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଯୋଉ ଜାଗାରେ ମଦ ତିଆରି ହେଉଛି ତାହାକୁ ଖୋଜି ନଷ୍ଟ କରିବା ପାଇଁ ଅବକାରୀ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲାରର ରାଇରଙ୍ଗପୁର ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇ ରାଇରଙ୍ଗପୁର ସହରର କୁସୁମି ବ୍ଲକର ତେଣ୍ଟପୋଷି ଗାଁରେ ଆଜି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛନ୍ତି। ରାଇରଙ୍ଗପୁର ଅବକାରୀ ବିଭାଗର ଡେପୁଟି ସୁପରିଟେଣ୍ଡେନ୍ଟ ( DSP) ସୌମ୍ୟ ରଞ୍ଜନ ବେହେରାଙ୍କ ତତ୍ତ୍ଵାବଧାନରେ ରାଇରଙ୍ଗପୁର, କରଞ୍ଜିଆ, ବହଳଦା, ବିଶୋଇର ଏକ ମିଳିତ ଟିମ୍ ଗଠନ କରି ତେଣ୍ଟପୋଷି ଗାଁରେ ଚଢ଼ାଉ କଲେ । ପ୍ରାୟ 6 ଘଣ୍ଟା ଧରି ଖୋଜା ଖୋଜି ପରେ ଏକ ଜଙ୍ଗଲ ଭିତରେ ଗାଁର ନଦୀ ପାଖରେ ୧୧ହଜାର ୫୦୦ ଲିଟର ମହୁଲ୍ ମଦ ପୋଚ ଓ 265 ଲିଟର ଦେଶୀ ମଦ ତିଆରି କରୁଥିବା ଭାଟି, ଚୁଲି ଗୁଡ଼ିକ ନଷ୍ଟ କଲେ। ଏଥିସହିତ ମାଟି ତଳେ ପୋତା ମଦ ସବୁ ବାହାର କରି ନଷ୍ଟ କରିଛନ୍ତି।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *