ଫାଇନାନ୍ସ କର୍ମଚାରୀଙ୍କଠୁ ଟଙ୍କା ଲୁଟିଲେ ଦୃବୃତ୍ତ

ଫାଇନାନ୍ସ କର୍ମଚାରୀଙ୍କଠୁ ଟଙ୍କା ଲୁଟିଲେ ଦୃବୃତ୍ତ

Share with people

ଫାଇନାନ୍ସ କର୍ମଚାରୀ ଆସିଥିଲେ ଋଣ କିସ୍ତି ଟଙ୍କା ନେବାପାଇଁ ।ଟଙ୍କା ନେଲେ ସତ ହେଲେ କର୍ମଚାରୀ ନୁହଁ,ନେଇଗଲେ ଦୁର୍ବୃତ୍ତ

ନବଲିଙ୍ଗାରେ ଫାଇନାନ୍ସ କର୍ମଚାରୀଙ୍କୁ ଆକ୍ରମଣ କରି ଲୁଟିଲେ ଟଙ୍କା; ଦୃବୃତ୍ତଙ୍କୁ କାବୁ କରିଲେ ଗ୍ରାମବାସୀ ।

ଫାଇନାନ୍ସ କର୍ମଚାରୀ ଆସିଥିଲେ ଋଣ କିସ୍ତି ଟଙ୍କା ନେବାପାଇଁ ।ଟଙ୍କା ନେଲେ ସତ ହେଲେ କର୍ମଚାରୀ ନୁହଁ,ନେଇଗଲେ ଦୁର୍ବୃତ୍ତ। ଏଭଳି ଏକ ଡକାୟତି ଘଟଣା ଘଟିଯାଇଛି ଢେ଼ଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକ ଅନ୍ତର୍ଗତ ମନ୍ଦାର ପଞ୍ଚାୟତର ନବଲିଙ୍ଗା ଗ୍ରାମରେ ।ସୂଚନାରୁ ଜଣାପଡିଛି ଭାରତ ଫାଇନାନ୍ସ କର୍ମଚାରୀ ବିକାଶ ନାମକ ଜଣେ ଯୁବକ ଆଜି ନବଲିଙ୍ଗା ଗ୍ରାମରୁ ଗୋଟିଏ ସ୍ଵୟଂ ସହାୟକ ଗୋଷ୍ଠୀ ଠାରୁ ୧୫୦୦୦(ପନ୍ଦରହଜାର) ଟଙ୍କା ଏବଂ ପାଖରେ ଥିବା ଅନ୍ୟାନ୍ୟ ଗ୍ରାମରୁ ଆଉ କିଛି ଟଙ୍କା ଆଦାୟ କରି ନେଇ କାର୍ଯ୍ୟାଳୟକୁ ଫେରୁଥିଲେ ।ଗ୍ରାମର ଶେଷ ମୁଣ୍ଡରେ ଛକି ବସିଥିଲେ ଅଭିଯୁକ୍ତ ଭାଲୁଆ ସାମଲ ଏବଂ ଜଣେ ସହଯୋଗୀ । ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଚାଲିଲେ ବିକାଶଙ୍କୁ,ଲହୁ ଲୁହାଣ କରି ଛାଡ଼ାଇନେଲେ ଆଦାୟ କରିଥିବା ଟଙ୍କା ।ଏସବୁ ଘଟଣାକୁ ଦେଖିନେଇଥିଲେ ଜଣେ ଗ୍ରାମବାସୀ ।ଖବର ଦେଇଥିଲେ ଗ୍ରାମକୁ ,ଗ୍ରାମରୁ ଗ୍ରାମବାସୀ ଆସିବା ଦେଖି ଜଣେ ଖସିଯାଇଥିବା ବେଳେ କାବୁ କରିନେଇଥିଲେ ଦୃବୃତ ଭାଲୁଆ କୁ । ଅଟକ ରଖି ଖବର ଦେଇଥିଲେ ଗଁନ୍ଦିଆ ପୋଲିସ କୁ ।ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଦୃବୃତ୍ତକୁ ଗିରଫ କରିଥିଲେ ।ତେବେ ଶେଷ ଖବର ସୁଦ୍ଧା ବିକାଶଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଦୋଷୀକୁ ଖସାଇ ନଦେଇ ଉପଯୁକ୍ତ ଦଣ୍ଡ ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *