ମହୁଲ ଗଛକୁ ପିଟିଲା ଚୋରା କାଠ ବୋଝେଇ ପିକଅପ

ମହୁଲ ଗଛକୁ ପିଟିଲା ଚୋରା କାଠ ବୋଝେଇ ପିକଅପ

Share with people

ରାସଗୋବିନ୍ଦପୁର ରେଞ୍ଜ ତଥା ମୋରଡା ଥାନା ଅନ୍ତର୍ଗତ ଚିକିଟାମାଟିଆ ଠାରେ ଚୋରା କାଠ ବୋଝେଇ ପିକ ଅପ ମହୁଲ ଗଛକୁ ପିଟିଲା । ଘଟଣାସ୍ଥଳରେ ଡ୍ରାଇଭର ମୃତ । ସୂଚନାଯୋଗ୍ୟ ଯେ ରାତି ପ୍ରାୟ ୧୧ଟା ସମୟରେ ଚିକିଟାମାଟିଆ ରାସ୍ତା ହୋଇ ପୋଡଶୀ ପଶ୍ଚିମବଙ୍ଗ କୁ ଚୋରାରେ ନିମ୍ବ କାଠ ଏକ ପକ ଅପରେ ଯାଉଥିବା ବେଳେ ପଛରୁ କିଛି ଲୋକ ଚୋରା କାଠ ଗାଡ଼ିକୁ ବାଇକରେ ପିଛା କରୁଥିବା ଦେଖି ପିକଅପ ଡ୍ରାଇଭର ତା’ର ଗତି ବଢାଇ ଖସିବାକୁ ଉଦ୍ୟମ କରୁଥିବା ବେଳେ ଭାରସାମ୍ୟ ହରାଇ ଏକ ମହୁଲ ଗଛକୁ ଧକ୍କା ଦେଇଥିଲା ବୋଲି ଜଣାପଡିଛି । ପରେ ସ୍ଥାନୀୟ ଲୋକେ ପହଞ୍ଚି ଡ୍ରାଇଭରକୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ ସୁଦ୍ଧା ଉଦ୍ଧାର କରିପାରିନଥିଲେ । ଦୃଘଟଣା ଏତେ ଭୟଙ୍କର ଥିଲା ଯେ ଗାଡ଼ିର ଆଗ ଇଞ୍ଜିନ ସହିତ ପଛ ପଟ ଭିତରେ ଚାପି ହୋଇ ଯାଇଥିଲା ଡ୍ରାଇଭର । ଖବର ପାଇ ଘଟଣାସ୍ଥଳରେ ମୋରଡା ପୋଲିସ ପହଞ୍ଚି ମୋରଡା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ ପହଞ୍ଚି ଗାଡ଼ିର ଗୋଟିଏ ପଟକୁ କଟର ସାହାଯ୍ୟରେ କାଟି ଡ୍ରାଇଭରକୁ ଉଦ୍ଧାର କରିଥିଲେ । କିନ୍ତୁ ସେତେବେଳକୁ ଡ୍ରାଇଭର ର ମୃତ୍ୟୁ ହୋଇଯାଇଥିଲା । ପରେ ସ୍ଥାନୀୟ ଲୋକେ ଗାଡିରୁ ନିମ୍ବ କାଠକୁ ଓହ୍ଲେଇ ଦେଇଥିଲେ । ପୋଲିସ କାଠ ସହିତ ପିକ ଅପ ଗାଡ଼ି କୁ ଜବତ କରି ତଦନ୍ତ ଆରମ୍ଭ କରିଛି । ତେବେ ପିକ ଅପ ଗାଡ଼ିଟି ପଶ୍ଚିମବଙ୍ଗ ଅଞ୍ଚଳର ହୋଇଥିବା ବେଳେ ଡ୍ରାଇଭର ମଧ୍ୟ ବେଙ୍ଗଲ ଅଞ୍ଚଳର କୃପାସିନ୍ଧୁ ମଲ୍ଲ ବୋଲି ଶୁଣିବାକୁ ମିଳୁଛି । ଅପରପକ୍ଷରେ ଅଧିକାଂଶ ରାତିରେ ଉକ୍ତ ରାସ୍ତା ଦେଇ ଚୋରା କାଠ ଚାଲାଣ ହେଉଥିବା ଅଭିଯୋଗ ହୋଇଛି । ତେବେ ଉକ୍ତ ରେଞ୍ଜ ଅଧିନ ଜାଣେ ସ୍ଥାନୀୟ କାଠ ବେପାରୀ ବେଧଡକ ଚୋରା କାଠ ବେପାର କରୁଥିବା କୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ଉଦବେଗ ପ୍ରକାଶ କରିଛନ୍ତି । ତେବେ ଏନେଇ ରେଞ୍ଜର ଘନଶ୍ୟାମ ସିଂଙ୍କ ମତ ନେବାରୁ କହିଛନ୍ତି ଚୋରା କାଠ ଚାଲାଣ ରୋକିବା ପାଇ ପୂର୍ବ ଅପେକ୍ଷା ବଡ ପଦକ୍ଷେପ ନିଆଯିବ ।

ରିପୋର୍ଟ- ଜ୍ଞାନ ରଞ୍ଜନ ବେହେରା


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *