ସଡ଼କ ଦୁର୍ଘଟଣାରେ ଜଣେ ବିଏସଏଫ ଯବାନ ମୃତ, ୬ ଗୁରୁତର l

ସଡ଼କ ଦୁର୍ଘଟଣାରେ ଜଣେ ବିଏସଏଫ ଯବାନ ମୃତ, ୬ ଗୁରୁତର l

Share with people

ମାଲକାନଗିରି: ଆନ୍ଧ୍ର ଚିନ୍ତୁର ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏହି ସଡ଼କ ଦୁର୍ଘଟଣାରେ ଜଣେ ବିଏସଏଫ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ, ୬ ଗୁରୁତର ହୋଇଥିବାର ଖବର ମିଳିଛି । ଛୁଟି ସାରି ଇନୋଭା କାର ଯୋଗେ ମାଲକାନଗିରି ଫେରୁଥିବା ବାଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା | ବିଳମ୍ବିତ ରାତିରେ ନୋଭା କାରଟି କଲଭର୍ଟରରେ ପିଟି ହେବା ଫଳରେ ଏପରି ଅଘଟଣ ଘଟିଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ୧୪୨ ବାଟାଲିୟନର ବିଏସଏଫ ହାବିଲଦାର ଗୌରବ ପାଣ୍ଡେଙ୍କର ମୃତ୍ୟୁ ହୋଇଛି। ଗୁରୁତର ଆହତ ୬ ଯବାନଙ୍କୁ ତେଲେଙ୍ଗାନା ଭଦ୍ରାଚଲମକୁ ସ୍ଥାନାନ୍ତରିତ କରାଯାଇଛି । ସୂଚନାଯୋଗ୍ୟ ଯେ , ଏକ ଇନୋଭା କାରରେ ସାତ ଜଣ ସୀମା ସୁରକ୍ଷା ବାହିନୀ କର୍ମଚାରୀ ମାଲକାନଗିରି ଜିଲ୍ଲାର ବାଲିମେଳାକୁ ଯାଉଥିବା ବେଳେ ଗାଡ଼ିଟି କଲଭର୍ଟର କୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନ୍ୟମାନେ ଆହତ ହୋଇଥିଲେ । ସେମାନଙ୍କୁ ଚିନ୍ତୁର ସରକାରୀ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା ଏବଂ ପରେ ଭଦ୍ରାଚଳମ ହସ୍ପିଟାଲକୁ ପଠାଯାଇଥିଲା। ଚିନ୍ତୁର ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

[ ରିପୋର୍ଟ-ସନ୍ତୋଷ କୁମାର ପଣ୍ଡା ]


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *