ଆମ୍ବୁଲାନ୍ସରେ କୁକୁର ନେବା ପାଇଁ ହତ୍ୟାକାଣ୍ଡ

ଆମ୍ବୁଲାନ୍ସରେ କୁକୁର ନେବା ପାଇଁ ହତ୍ୟାକାଣ୍ଡ

Share with people

ଅନୁଗୁଳ ହରିମଉରୀ ଛକରେ ଦୁଇ ଭାଇଙ୍କୁ ଭୁଜାଲିରେ ଆକ୍ରମଣ ପରେ ଜଣେ ଭାଇଙ୍କ ମୃତ୍ୟୁ ଘଟଣାରେ ପୁଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ମାତ୍ର ଦୁଇ ହଜାର ଟଙ୍କା ପାଇଁ ଏଭଳି ହତ୍ୟାକାଣ୍ଡ ହୋଇଥିବା ପୁଲିସ ସୂଚନା ଦେଇଛି I

ସୂଚନା ଅନୁସାରେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ରାହୁଲ ଅନୁରାଗ ସାହୁଙ୍କ ଏକ ପୋଷା କୁକୁର ଦେହ ଖରାପ ଥିବାରୁ ତାକୁ ସୌରଭ ବାସାକଙ୍କ ଆମ୍ବୁଲାନ୍ସରେ କଟକ ନେଉଥିଲେ । ଆମ୍ବୁଲାନ୍ସ ବାବଦକୁ ରାହୁଲ ୨ ହଜାର ଟଙ୍କା ସୌରଭଙ୍କୁ ଦେଇ କୁକୁର ନେଇ ଯାଉଥ‌ିବା ବେଳେ ବାଟରେ ଆମ୍ବୁଲାନ୍ସ ଖରାପ ହୋଇଥିଲା । ଆମ୍ବୁଲାନ୍ସ ଖରାପ ହେବାରୁ ରାହୁଲ ଆଉ ଏକ ଆମ୍ବୁଲାନ୍ସ ନେଇ କୁକୁରର ସ୍ବାସ୍ଥ୍ୟ ପରୀକ୍ଷ କରି ଯାଇଥିଲେ I ସେଠାରୁ ଫେରିବା ପରେ ରାହୁଲ ଦେଇଥ‌ିବା ୨ ହଜାର ଟଙ୍କା ସୌରଭଙ୍କୁ ଫେରେଇବା ପାଇଁ କହିଥିଲେ I ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ସାମାନ୍ୟ ଝଗଡା ହୋଇଥିଲା I ତେବେ ରାତିରେ ରାହୁଲ ତାଙ୍କର କିଛି ଲୋକ ନେଇ ସୌରଭ ଓ ତାଙ୍କ ଭାଇ ସୌଭାଗ୍ୟ ବାସାକଙ୍କୁ ହରିମଉରୀ ଛକ ନିକଟକୁ ଡାକିଥିଲେ I ଦୁଇ ଭାଇ ଆସିବା ପରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ରାହୁଲ ଓ ତାଙ୍କ ସହଯୋଗୀ ମାନେ ଚାପଡ଼ ଓ ଭୁଜାଲିରେ ଆକ୍ରମଣ କରିବାରୁ ଦୁଇ ଭାଇ ଗୁରୁତର ହୋଇଥିଲେ I କଟକ ନେବା ବାଟରେ ସାନ ଭାଇ ସୌଭାଗ୍ୟଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ପୁଲିସ ଆଜି ମୁଖ୍ୟ ଅଭିଯୁକ୍ତ ରାହୁଲ ଅନୁରାଗ ସାହୁ ସମେତ ମନୋଜ ବେହେରା ଓ ସମ୍ବିତ ସାହୁକୁ ଗିରଫ କରିଛି I ସେମାନଙ୍କ ନିକଟରୁ ହତ୍ୟାରେ ବ୍ୟବହୃତ ଚାପଡ, ୪ ଟି ମୋବାଇଲ ଫୋନ ଏବଂ ଏକ ଆମ୍ବୁଲାନ୍ସ ଜବତ କରିଛି ।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *