ଗଜପତି ପୋଲିସକୁ ମିଳିଛି ବଡ ସଫଳତା। ଦୁଇ ଦମ୍ପତି ମିଶି ଜିଲ୍ଲାରୁ ଜିଲ୍ଲା ବୁଲି ଚୋରି କରୁଥିଲେ । ଏହିଦୁଇ ଦମ୍ପତି ହେଲେ ପ୍ରତାପ ଯାନୀ, ସରସ୍ୱତୀ ଯାନୀ,ଦେବରାଜ ମଝି,ଗୌରୀ ଯାନୀ, ଏମାନଙ୍କ ଘର ନବରଙ୍ଗପୁର ଜିଲ୍ଲା ପାପଢହାଣ୍ଡି ଥାନା ଅନ୍ତର୍ଗତ ବାବାଜିଗୁଡା ଗ୍ରାମର ବୋଲି ଜଣାପଡିଛି । ଏହି ଦୁଇ ଦମ୍ପତି ବାଇକରେ ଗାଁ ଗାଁ ବୁଲି କେହି ଲୋକ ନଥିବା ଘରକୁ ଟାର୍ଗେଟ କରୁଥିଲେ । ଯେତେବେଳେ ଘରଲୋକଙ୍କ ଅନୁପସ୍ଥିତ ଦେଖୁଥିଲେ ସେହି ଘରେ ପଶି କଲାକନା ବୁଲାଉଥିଲେ । ହେଲେ ଗତ 15 ତାରିଖ ଦିନ କାଶୀନାଗର ଅଞ୍ଚଳରେ ବି.ରାମକୃଷ୍ଣ ପଟ୍ଟନାୟକ ନାମକ ଜଣେ ବ୍ୟକ୍ତିଙ୍କ ଘରେ ଚୋରି ହୋଇଥିବା ଅଭିଯୋଗ କାଶୀନାଗର ଥାନାରେ ହୋଇଥିଲା ସେହିଭଳି ଗତ 18 ତାରିଖରେ ଗୁରାଣ୍ଡି ଥାନା ଅନ୍ତର୍ଗତ ଆର.ସୀତାପୁର ଗ୍ରାମରେ ସନ୍ତୋଷ ବିଶ୍ୱାଳ ନାମକ ଜଣେ ବ୍ୟକ୍ତିଙ୍କ ଘରେ କେହି ନଥିବେ ବେଳେ ଚୋରିହୋଇଥିବା ମାମଲା ଗୁରାଣ୍ଡି ଥାନାରେ ଅଭିଯୋଗ ହୋଇଥିଲା । ଦୁଇଟି ଯାକ ଘଟଣାରେ କେହି ନଥିବେ ସମୟରେ ହୋଇଥିବା ଯୋଗୁଁ ଉଭୟ ଥାନା ପୋଲିସ ପେଟ୍ରୋଲିଂ ସମୟରେ ଦୁଇ ଦମ୍ପତିଙ୍କ ସନ୍ଦେହରେ ଅଟକାଇ ପଚରାଉଚରା କରିବା ସମୟରେ ଏହି ଦୁଇ ଦମ୍ପତି ଏହି ଦୁଇ କାଣ୍ଡ ଭିଆଇଥିବା ସ୍ୱୀକାର କରିଥିଲେ । ପୋଲିସ ସେମାନଙ୍କ ପାଖରୁ ଦୁଇଟି ଚୋରି ଘଟଣାରେ 158 ଗ୍ରାମ ସୁନା,729ଗ୍ରାମ ରୁପା ଏକଲକ୍ଷ 60 ହଜାର ନଗଦ ,2ଟି ବାଇକ ସହ 2ଟି ମୋବାଇଲ ଫୋନ ସହ 2 ଦମ୍ପତିଙ୍କୁ ଗିରଫ କରିଛି । ନବରଙ୍ଗପୁର ଜିଲ୍ଲାରୁ ଆସି ଗଜପତି ଜିଲ୍ଲାରେ ଚୋରି କରୁଥିବା ହେତୁ ଜିଲ୍ଳାର ଅନ୍ୟ କୌଣସି ଥାନାରେ ଏମାନଙ୍କ ବିରୁଦ୍ଧରେ ମାମଲା ରହିଛି କି ନାହିଁ ଅନ୍ୟ କୌଣସି ଜିଲ୍ଲାରେ ଏମାନଙ୍କ ବିରୁଦ୍ଧରେ ମାମଲା ରହିଛି ବା ଜିଲ୍ଲାରେ ଅନ୍ୟ କୋୖଣସି ଚୋରି ଘଟଣାରେ ଏମାନଙ୍କ ସମ୍ପୃକ୍ତି ରହିଛି ସେହି ସମସ୍ତ ଦିଗକୁ ତଦନ୍ତ କରୁଛି ପୋଲିସ । ଆଜି ଏହି ଦୁଇ ଦମ୍ପତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଜିଦି ଆବଶ୍ୟକ ପଡେ ତେବେ ଆଗକୁ ଏହି ଦୁଇ ଦମ୍ପତିଙ୍କୁ ରିମାଣ୍ଡରେ ଆଣି ତଦନ୍ତ କରାଯିବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ସ୍ୱଷ୍ଟ କରିଛନ୍ତି ଗଜପତି ଏସ୍ପି ଜତୀନ୍ଦ୍ର କୁମାର ପଣ୍ଡା I
