ଦିନ ଦ୍ବିପହରରେ ଟାଙ୍ଗିଆରେ ହାଣି ହତ୍ୟା;ଫେରାର ଅଭିଯୁକ୍ତକୁ ଗିରଫ କଲା ପୋଲିସ I

ଦିନ ଦ୍ବିପହରରେ ଟାଙ୍ଗିଆରେ ହାଣି ହତ୍ୟା;ଫେରାର ଅଭିଯୁକ୍ତକୁ ଗିରଫ କଲା ପୋଲିସ I

Share with people

ହତ୍ୟା କରିସାରି ଶବକୁ ଖଟତଳେ ଲୁଚାଇ ଫେରାର ମାରିଥିଲା ଅଭିଯୁକ୍ତ I

ଘରକୁ ଡାକି କଲେ ହତ୍ୟା :

ଟାଙ୍ଗିଆରେ ହାଣି ଯୁବକଙ୍କୁ ହତ୍ୟା । ବରଗଡ ସହରର ୱାର୍ଡ ନମ୍ବର 18 ବାନ୍ଦୁ ଟିକ୍ରାରେ ଘଟିଛି ଏଭଳି ଜଘନ୍ୟ କାଣ୍ଡ । ମୃତକ ହେଲେ ପରଦେଶୀ ସାହୁ ଙ୍କ ପୁଅ ୩୫ ବର୍ଷୀୟ ସୁଶାନୁ ସାହୁ । ସୁଶାନ୍ତି ସାହୁଙ୍କୁ ନିଜ ଘରକୁ ଡାକିନେଇ ପଛ ପଟୁ ମୁଣ୍ଡକୁ ଟାଙ୍ଗିଆରେ ଆକ୍ରମଣ କରିଥିଲା ମଗଶିର ତେବେ ମୁଣ୍ଡରେ ଗଭୀର ଆଘାତ ଯୋଗୁଁ ଭୀଷଣ ରକ୍ତ ସ୍ରାବ ହୋଇଥିଲା । ମାଗଶିର ସାହୁ ନିଜ ଖଟ ତଳେ ଶବକୁ ରଖ୍ ଫେରାର ହୋଇଯାଇଥିବା କହିଛନ୍ତି ସାଇ ପଡିସା ଲୋକେ । ଘରଲୋକେ ଖୋଜା ଖୋଜି କରି ସୁଶାନ୍ତିଙ୍କୁ ନପାଇବାରୁ ପଡୋଶୀ ମାଗଶିର ଘରୁ ରକ୍ତ ପଡ଼ିଥିବା ଦେଖି ସନ୍ଦେହ କରିଥିଲେ ।

ସେପଟେ ପୋଲିସ ଖବର ପାଇବା ପରେ ଘଟଣା ସ୍ଥଳକୁ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ବେଳେ ତଦନ୍ତ ମଧ୍ୟ ଆରମ୍ଭ କରିଥିଲା । ଅନ୍ୟପଟେ ହତ୍ୟା କରିବା ପରେ ଅଭିଯୁକ୍ତ ଫେରାର ମାରିଥିବା ମଗସିରକୁ ବରଗଡ ପୋଲିସ କୁର୍ଲା ଗ୍ରାମରେ ଗିରଫ କରିଥିବା ସୂଚନା ମିଳିଛି ।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *