ଟ୍ରେନ୍ ଧକ୍କାରେ ଦନ୍ତାହାତୀ ମୃତ୍ୟୁ ।

ଟ୍ରେନ୍ ଧକ୍କାରେ ଦନ୍ତାହାତୀ ମୃତ୍ୟୁ ।

Share with people

ଢେ଼ଙ୍କାନାଳ ତା ୨,୧୧,୨୪ ବିଳମ୍ବିତ ରାତି ପ୍ରାୟ ଘ ୨ ଘଟିକା ସମୟରେ ଢେ଼ଙ୍କାନାଳ ସଦର ରେଞ୍ଜ ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ଚିନ୍ତା ପୋଖରୀ ନିକଟରେ ହାତୀ ପଲ ରେଳଧାରଣା ଅତିକ୍ରମ କରିବା ସମୟରେ ଯାଉଥିବା ଏକ କୋଇଲା ବୋଝେଇ ଟ୍ରେନ ଧକ୍କାରେ ଗୋଟିଏ ଦନ୍ତାହାତୀ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ଟ୍ରେନ ଟି ତାଳଚେର ରୁ ଢେ଼ଙ୍କାନାଳ ଆଡ଼କୁ ଯାଉଥିଲା । ଏ ସମ୍ପର୍କରେ ବନବିଭାଗ ପକ୍ଷରୁ ରେଳବାଇ କତ୍ତୃପକ୍ଷଙ୍କୁ ସୂଚନା ଦିଆଯାଇଥିବା କୁହାଯାଉଛି । ତେବେ ଏନେଇ ରେଳ ବିଭାଗର କେଉଁ ଅଧିକାରୀଙ୍କୁ କେଉଁ ଭଳି ସୂଚନା ଦିଆଯାଇଥିଲା? ଲିଖିତ, ମୌଖିକ, VHFରେ ନା କାହାକୁ ଫୋନ କରି? ସ୍ଥାନୀୟ ଷ୍ଟେସନ ମାଷ୍ଟର ଏ ସମ୍ପର୍କରେ ଜାଣିବା ପରେ ଲାଇନ ବିଭାଗକୁ ଜଣାଇଥିଲେ କି? ଲୋକୋ ପାଇଲଟଙ୍କୁ ଏ ସମ୍ପର୍କରେ କେହି ଜଣାଇଥିଲେ କି?ଟ୍ରେନର ଡ଼୍ରାଇଭର କିପରି ତାହା ଜାଣି ପାରିଲେ ନାହିଁ ଏ ସବୁ ର ଉତ୍ତର ତଦନ୍ତ ପରେ ଜଣାପଡ଼ିବ ।ସବୁ ବନାଞ୍ଚଳକୁ ସରକାର ଲକ୍ଷ ଲକ୍ଷ ଟଙ୍କାର ଲେଜର ସ୍କାନିଂ ଓ ନାଇଟ ଭିଜିବଲ ଡ୍ରୋନ କ୍ୟାମେରା ଦିଆଯାଇଥିଲା | ରାତିରେ ଏହି ଡ୍ରୋନ ସାହାଯ୍ୟରେ ହାତୀପଲଙ୍କ ଗତିବିଧି ଲକ୍ଷ୍ୟ କରା ଯାଉଥିଲା କି ନାହିଁ? ଲୋକୋ ପାଇଲଟ, ସିଗନାଲ କର୍ମଚାରୀ, ଷ୍ଟେସନ ମାଷ୍ଟରଙ୍କ ନାଁରେ ବନ ବିଭାଗ କେବେ ଏତଲା ଦେବ ? ଘଟଣାସ୍ଥଳରେ ଢେ଼ଙ୍କାନାଳ ଜିଲ୍ଲା ବନଖଣ୍ଡ ଅଧିକାରୀ ସୁମନ୍ତ କର ଓ ମୋଟଙ୍ଗା ପୋଲିସ ପହଂଚି ତଦନ୍ତ ଆରଂଭ କରିଥିବା ଜଣାପଡିଛି।

[ ରିପୋର୍ଟ-ପୂର୍ଣ୍ଣ ଚନ୍ଦ୍ର ସାହୁ ]


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *