ଦାଦନ ଦାଦନ କହି ମିଡ଼ିଆ ବାଲାଙ୍କ ପାଟି ଅଠାଲିଆ ହୋଇଗଲେ ଶୁଦ୍ଧା ଥମୁନି ବେଆଇନ ଦାଦନ ଶ୍ରମିକ ଚାଲାଣ ଦାଦନ ଚାଲାଣ କୁ ରୋକିବା ପାଇଁ ସ୍ବତନ୍ତ୍ର ଟାକ୍ସଫୋର୍ସ ଗଠନ ସତ୍ଵେ ସେହି ଟାକ୍ସଫୋର୍ସ କେଉଁଠି କାର୍ଯ୍ୟକାରି ହେଉଛି ତାହା ଜନସାଧାରଣଙ୍କୁ ଅଜଣା ! ଏପଟେ ଶ୍ରମ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନେଉ ନ ଥିବା ବେଳେ ସ୍ଥାନୀୟ ପୋଲିସ ପ୍ରଶାସନ କୁ ହାତକରି ବେଧଡକ ଭାବେ ଦାଦନ ଶ୍ରମିକ ଚାଲାଣ କରାଯାଉଥିବା ଅନୁମାନ କରାଯାଉଛି । ସେପଟେ ସର୍ଦ୍ଦାର ମାନେ ନିଜ ଅଞ୍ଚଳର ଥାନା ମାନଙ୍କୁ ଅକ୍ତିଆର କରିବାରେ ସଫଳ ହୋଇ ଅନ୍ୟ ଥାନା ହାବୁଡ଼ରେ ସର୍ଦ୍ଦାର ମାନେ ଧରାପଡୁଥିବା ଦେଖିବାକୁ ମିଳୁଛି। ସେହିପରି ଗତକାଲି ରାତିରେ ବିଛୁବାହାଲି ଛକ ନିକଟରେ ଥିବା ତରା ଗାଁର ୫ଜଣ ଶ୍ରମିକଙ୍କୁ ଉଦ୍ଧାର କରିଛି ବେଲପଡ଼ା ପୋଲିସ : ସୁଚ଼ନା ଅନୁଯାଇ ଚଟୁ ଅନକା ଗାଁର ସର୍ଦ୍ଧାର ଜାନମେୟଜା ପନିକା ଏକ ମିନି ଭ୍ୟାନ୍ ସାହାଯ୍ୟ ରେ ବେଆଇନ ଭାବେ ବାହାର ରାଜ୍ୟକୁ ଦାଦନ ଶ୍ରମିକ ଚାଲାଣ କରୁଥିବା ସମୟରେ ଧରିଲା ପୋଲିସ ଏବଂ ଶ୍ରମିକ ମାନଙ୍କୁ ପ୍ରାଥମିକ ସ୍ଥରରେ ପଚ଼ରା ଉଚ଼ରା କରି ନିଜ ନିଜ ଘରକୁ ପଠାଇ ଦେଇଥିବା ବେଲେ ଗାଡ଼ି ଡ଼୍ରାଇଭର ନବିନ ପଟେଲ ଙ୍କୁ ଅଟକ ରଖି ପଚ଼ରା ଉଚ଼ୁରା ପରେ ପାଟଣାଗଡ଼ କୋଟ ଚାଲାଣ କରାଯାଇଥିଲା। ହେଲେ ଚଟୁ ଅନକା ଗାଁ ର ସର୍ଦ୍ଦାର ଜାନମେଜୟା ପନିକା, କାଣ୍ଟାବାଞ୍ଜୀ ଆଡ଼କୁ ଫେରାର ମାରିଥିବା ବେଲେ ସର୍ଦ୍ଧାର କୁ ଗିରଫ କରିବା ପାଇଁ ବେଲପଡ଼ା ପୋଲିସର ଅଧିକ ତଦନ୍ତ ଚ଼ଲାଇଥିବା ସୂଚନା ଦେଇଛନ୍ତି ବେଲପଡା ଥାନା ଅଧିକାରୀ ଅନନ୍ତ ପଧାନ I
[ ରିପୋର୍ଟ- ପଲସି ବରିହା ]
