ବେଆଇନ ଭାବେ ଚାଲାଣ ପାଇଁ ଲୋଡ ହୋଇଥିବା ଟ୍ରାକ୍ଟରକୁ କରିଲେ ଜବତ I
ଦବଙ୍ଗ ଅଫିସର ସାଜିଲେ ଅତିରିକ୍ତ ତହସିଲଦାର
ନଦୀରେ ପଶିଲେ ଆଉ ବେଆଇନ ଭାବେ ଚାଲାଣ ପାଇଁ ଲୋଡ ହୋଇଥିବା ଟ୍ରାକ୍ଟରକୁ କରିଲେ ଜବତ । ଦବଙ୍ଗ ଅଫିସର ସାଜିଲେ ଅତିରିକ୍ତ ତହସିଲଦାର । କପ୍ତିପଦା ତହସିଲ୍ ଅଧିନ ବଡବିଶୋଳ କୁଣ୍ଡିସାହି ଠାରେ ପ୍ରବାହିତ ସୋନ ନଦୀରେ ବେଆଇନ ଭାବେ ବାଲି ଉତୋଳନ ହୋଇ ଚୋରା ଚାଲାଣ ହେଉଥିଲା । ଏହାର ଖବର ପାଇ ଅଚାନକ କପ୍ତିପଦା ଅତିରିକ୍ତ ତହସିଲଦାର ଭୀମକାନ୍ତ ମାଝୀ ଚଢାଉ କରିଥିଲେ । ଭରା ନଦୀ ଭିତରେ ପାଣିରେ ପଶି ଲୋଡ ଚାଲିଥିବା ଏକ ବାଲି ବୋଝେଇ ଟ୍ରାକ୍ଟରକୁ ସେ ଜବତ କରିଥିବା ବେଳେ ଘଟଣାସ୍ଥଳରୁ ମାଫିଆ ଏବଂ ଟ୍ରାକ୍ଟର ଡ୍ରାଇଭର ଫେରାର ହୋଇଯାଇଥିଲେ । କପ୍ତିପଦା ପୋଲିସ୍ ମଧ୍ୟ ଘଟଣାସ୍ଥଳରେ ପହଂଚି ଚଢାଉରେ ସାମିଲ ହୋଇଥିଲା । ମାଫିଆ ମାନେ ଟ୍ରାକ୍ଟର ନେଇ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ଟ୍ରାକ୍ଟର ଟି ନଦୀରେ ଦବି ଯାଇଥିବାରୁ ଜବତ କରିବା ପରେ ଟ୍ରାକ୍ଟରରେ ଲୋଡ ହୋଇଥିବା ବାଲିକୁ ପୁଣି ନଦୀ ଭିତରେ ଢାଳି ଦେଇଥିଲେ ଅତିରିକ୍ତ ତହସିଲଦାର । କୁଣ୍ଡିସାହି ଘାଟରୁ ବେଆଇନ ଭାବେ ପ୍ରତିଦିନ ବାଲି ଚୋରାଚାଲାଣ ହେଉଥିବା ବେଳେ ଆଜି ଏହି ଚଢାଉ ପରେ ମାଫିଆମାନଙ୍କୁ ଝଟକା ଲାଗିଛି ।

ରିପୋର୍ଟ: ବସନ୍ତ ବେହେରା