କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ପରିସରରେ ଶିଶୁ ମିତ୍ର ଡେସ୍କ ର ଶୁଭାରମ୍ବ ହୋଇଛି | ଏହି ଶିଶୁ ମିତ୍ର ଡେସ୍କକୁ କନ୍ଧମାଳ ଏସପି ହରିଶ ବିଶି ଙ୍କ କରକମଳରେ ଉଦଘାଟିତ ହୋଇଛି | ଏହି ଶୁଭାରମ୍ଭ କାର୍ଯ୍ୟକ୍ରମ ରେ କନ୍ଧମାଳ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରମେନ୍ଦ୍ର ପ୍ରସାଦ ବାଲିଗୁଡା ଏସଡିପିଓ ଶୁଭମ ଭୋସଲେ ବାଲିଗୁଡା ଥାନା ଭାରପ୍ରାପ୍ତ ଅଧିକାରୀ ସମ୍ବିତ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ | ଏହି ଶିଶୁ ମିତ୍ର ଥାନା ରେ ଯେଉଁ ମାଆ ଓ ଶିଶୁ ମାନେ ଥାନା ପରିସର ଅଭିଯୋଗ ପାଇଁ ଆସନ୍ତି ସେହି ଶିଶୁ ମାନଙ୍କର ବୌଦ୍ଧିକ ବିକାଶ, ଖେଳିବା ଓ ପଢିବା ପାଇଁ ଥାନା ରେ ସମସ୍ତ ସୁବିଧା ସୁଯୋଗ ପାଇଁ ଶିଶୁ ମିତ୍ର ସଦନ ଆରମ୍ବ କରାଯାଇ ଥିବା କନ୍ଧମାଳ ଏସପି କହିଛନ୍ତି| ଏହା କନ୍ଧମାଳ ଜିଲ୍ଲା ରେ ଫୁଲବାଣୀ ସଦର ଥାନା ପରେ ବାଲିଗୁଡା ଥାନା ରେ ଶିଶୁ ମିତ୍ର ଡେସ୍କ ଶୁଭାରମ୍ବ ହୋଇ ଥିବା କନ୍ଧମାଳ ଜିଲ୍ଲା ଅତିରିକ୍ତ ଏସପି ରମେନ୍ଦ୍ର ପ୍ରସାଦ ସୂଚନା ଦେଇଛନ୍ତି | ବାଲିଗୁଡା ଥାନା ପରିସରରେ ଶିଶୁ ମିତ୍ର ସଦନ ଖୋଲା ଯିବା ଦ୍ୱାରା ଥାନାକୁ ଆସୁ ଥିବା ମହିଳା ଶିଶୁ ମାନେ ଏହି କେନ୍ଦ୍ର ଦ୍ୱାରା ଶିଶୁ ମାନଙ୍କର ବୌଦ୍ଧିକ ବିକାଶ ହେବା ସହିତ ଖେଳ କୁଦ ର ସୁଯୋଗ ପାଇ ପାରିବେ |

Posted inBlog
