ପୁରୀରୁ ଦର୍ଶନ ସାରି ପଶ୍ଚିମବଙ୍ଗକୁ ଫେରିଲା ବେଳେ ସିମୁଳିଆ ଥାନା ୧୬ନମ୍ବର ଜାତୀୟ ରାଜପଥ ତାରିଣୀ ଛକ ନିକଟରେ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଡ୍ରାଇଭରକୁ ନିଦ ଆସିବାରୁ ଏଭଳି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଘଟଣା ସ୍ଥଳରୁ ଡ୍ରାଇଭର ଓ ହେଲ୍ପର ଫେରାର ଥିବା ବେଳେ ସିମୁଳିଆ ପୋଲିସ ସମସ୍ତଙ୍କୁ ଉଦ୍ଧାର କରି ସିମୁଳିଆ ମେଡ଼ିକାଲରେ ଭର୍ତ୍ତି କରିଛନ୍ତି।

ସୂଚନା ଅନୁଯାୟୀ ପଶ୍ଚିମବଙ୍ଗ ମୋହନପୁର ଥାନା ବୋଇତା ଅଞ୍ଚଳର ୬୫ଜଣ ଯାତ୍ରୀ ପୁରୀ ଜଗନ୍ନାଥ ଦର୍ଶନ କରିବା ପାଇଁ ଯାଇଥିଲେ। ଫେରିବା ବେଳେ ରାତି ପ୍ରାୟ ୨ଟା ସମୟରେ ତୀର୍ଥଯାତ୍ରୀ ବସଟି ଡିଭାଇଡର ଉପରକୁ ଚଡିଯାଇ ଜାତୀୟ ରାଜପଥ ଉପରେ ଓଲଟି ପଡିଛି। ବସରେ ଥିବା ସମସ୍ତ ଯାତ୍ରୀ ଗାଡ଼ିର କାଚ ଭାଙ୍ଗି ସମସ୍ତେ ବାହାରକୁ ବାହାର କରାଯାଇଛି। ଘଟଣା ସ୍ଥଳରେ ସିମୁଳିଆ ଥାନା ର ଆଇଆଇସି ଶ୍ରବଣ କୁମାର ମହାରଣା ପହଞ୍ଚି ତଦନ୍ତ ଆରମ୍ଭ କରିଛି।
