ତିନି ମହଲା କୋଠା ଭୁଶୁଡି ଗଲା ଦୁଇ ଜଣଙ୍କ ଜୀବନ ||

ତିନି ମହଲା କୋଠା ଭୁଶୁଡି ଗଲା ଦୁଇ ଜଣଙ୍କ ଜୀବନ ||

Share with people

ମଧ୍ୟପ୍ରଦେଶ : ଇନ୍ଦୋରରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି | ଇନ୍ଦୋର ଜବାହର ରାସ୍ତାରେ ଥିବା ରାଣୀପୁରା ଅଞ୍ଚଳରେ ରାତିରେ ତିନି ମହଲା କୋଠା ଭୁଶୁଡିବାରୁ କାନ୍ଥ ତଳେ ଚାପି ଗଲା ଦୁଇ ଜଣଙ୍କ ଜୀବନ ଓ 12ଜଣ ଆହତ ହୋଇଥିବା ସୂଚନା ମିଳିଛି |
ସୂଚନାନୁଯାୟୀ, କୋଠାରେ ପୂର୍ବରୁ ଫାଟ ଥିବା କାରଣରୁ ଏହି ପରି ଦୁର୍ଘଟଣା ଘଟିଛି ବୋଲି କୁହାଯାଉଛି । କିନ୍ତୁ ଏହା ଏତେ ବଡ଼ ବିପର୍ଯ୍ୟୟର କାରଣ ହେବ ବୋଲି କେହି ଆଶା କରିନଥିଲେ । ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିଚୟ ସ୍ପଷ୍ଟ ହୋଇଛି ।
ଏହାରି ମଧ୍ୟରେ ପ୍ରଶାସନ ଏବଂ NDRF ଟିମର ଦୀର୍ଘ ୫ ଘଣ୍ଟାର ପରିଶ୍ରମ ପରେ ସମସ୍ତଙ୍କୁ ଉଦ୍ଧାର କରାଯାଇଥିଲା । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ମେୟର , ପୋଲିସ କମିଶନର କଲେକ୍ଟର ଘଟଣାସ୍ଥଳରେ ପହଞ୍ଚି ରିଲିଫ୍ କାର୍ଯ୍ୟ ତଦାରଖ କରିଛନ୍ତି |


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *