ଏକତାଳିରେ ନବବଧୂକୁ ହତ୍ୟା;ମଳାଶୁର ଗିରଫ

ଏକତାଳିରେ ନବବଧୂକୁ ହତ୍ୟା;ମଳାଶୁର ଗିରଫ

Share with people

ଭୁବନ ତା ୪/୧୧ ଭୁବନ ଅଞ୍ଚଳର ବହୁ ଚର୍ଚ୍ଚିତ ବାଇକ୍ ଯୋଗେ ମୃତଦେହକୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସର ମଧ୍ୟରୁ ଖସାଇ ନେବା ସମୟରେ ଧରାପଡ଼ିବା ଘଟଣା ଆଜି ଭିନ୍ନ ମୋଡ଼ ନେଇଛି ।ଅଭିଯୋଗ ପାଇ ଜାତୀୟ ମାନବାଧିକାର ପ୍ରତିରଖ୍ୟାକାରି ଭଜମନ ବିଶ୍ଵାଳ ଆଜି ପହଞ୍ଚିଛନ୍ତି ମୃତକଙ୍କ ଏକତାଳି ବାସଭବନରେ ଆଲୋଚନା କରିବା ପରେ ଘଟଣାକୁ ନେଇ ବର୍ଷିଛନ୍ତି । ବିବାହର ୨.୫ ବର୍ଷପରେ ବୋହୂଙ୍କୁ ନିର୍ଯାତନା ଦେବା ସହ ମାଡମାରି ହତ୍ୟା କରିଥିବା ଭୂବନ ଥାନାରେ ଏକତାଳି ଗ୍ରାମର ମୃତ ଝିଅର ବାପା ରାମଚନ୍ଦ୍ର ବେହେରା ଲିଖିତ ଅଭିଯୋଗ କରିବା କୁ ନେ଼ଇ ତଥ୍ୟ ଅନୁସନ୍ଧାନ ପାଈଁ ଗାଁ ରେ ପହଞ୍ଚି ଥିଲେ ଜାତୀୟ ମାନବାଧିକାର କର୍ମୀ ଶ୍ରୀଯୁକ୍ତ ବିଶ୍ଵାଳ । ବିଭିନ୍ନ ସ୍ଥାନରେ ପହଞ୍ଚି ଗାଁ ଲୋକଙ୍କୁ ପଚାରି ବୁଝି ଥିଲେ । ବାହାଘର ପରେ କିଭଳି ଚଳୁଥିଲେ । କାହିଁକି ଏବଂ କେଉଁ ପରିସ୍ଥିତିରେ ମୃତ ଘଟିଲା। ମୃତ ପରେ କାହିଁକି ଶବକୁ ବାଇକ୍ରେ ବୋହି ନେଉଥିଲେ ସ୍ଵାମୀ ସୁଜିତ୍। ମୃତ ଘୋଷଣା ପରେ ଭୁବନ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରର ମୂଖ୍ୟ ଡାକ୍ତର ରମେଶ ଚନ୍ଦ୍ର ସାହୁ ପୋଲିସକୁ ଖବର ଦେଇ ନଥିଲେ କି । ପୋଲିସ ଆସିବାରେ ବିଳମ୍ବ କାହିଁକି ହେଲା ? ଡ଼ାକ୍ତରଖାନା ସୁରକ୍ଷା ଅଧିକାରି କରୁଥିଲେ କଣ ? ଏଭଳି ଅନେକ ପ୍ରଶ୍ନ ର ଉତ୍ତର ଖୋଜିଛନ୍ତି ଶ୍ରୀଯୁକ୍ତ ବିଶ୍ଵାଳ । ତେବେ ସାରା ରାଜ୍ୟ ଦିପାବଳିର ଉତ୍ସବ ମନାଉଥିବ ବେଳେ ଏକତାଳିରେ ଗୁରୁବାର ଦିନ ମଧ୍ୟାହ୍ନରେ କାନ୍ଦ ବୋବାଳି ପଡିଗଲା । ଏକତାଳି ଗ୍ରାମର ରାମ ବେହେରା ଙ୍କ ୩ୟ ସନ୍ତାନ ପୀନୁକୁ ତାଙ୍କ ଶଶୁର ଘର ଲୋକ ମାରିଦେଇଛନ୍ତି। ସ୍ଵାମୀ ସୁଜିତକୁ ପୋଲିସ୍ ଗିରଫ କରି କାମାକ୍ଷାନଗର ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ସୋମବାର ଭୋରୁ ମଳାଶୁର ଙ୍କୁ ଭୁବନ ପୋଲିସ ଗିରଫ କରିଛି ।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *