ସମ୍ବଲପୁରରେ ହେବ ଅଲ ଓଡିଶା ଲୟର୍ କନଫରେନ୍ସ l ଆସନ୍ତା ଡିସେମ୍ବର ୨୯ ଓ ୩୦ ଏହି ଅଲ ଓଡିଶା ଲୟର୍ କନଫରେନ୍ସ ସମ୍ବଲପୁର ଅନୁଷ୍ଠିତ ହେବ l ରାଜ୍ଯରେ ଓକିଲଙ୍କ ଦୁଇଟି ଗୋଷ୍ଠୀଙ୍କ ମତଭେଦ ହୋଇ ଭିନ୍ନ ଭିନ୍ନ ଭାବରେ ବିଗତ ଦିନରେ କନଫରେନ୍ସ ଆୟୋଜନ କରୁଛନ୍ତି l ହେଲେ ଏଥର ଉଭୟ ଗୋଷ୍ଠୀଙ୍କୁ ଏକାଠି କରି ଗୋଟିଏ ସ୍ଥାନରେ କନଫରେନ୍ସ କରିବା ନେଇ ଯୋଜନା ଚାଲିଥିବା ସମ୍ବଲପୁର ବାର ଆସୋସିଏସନ ସଭାପତି କହିଛନ୍ତି l ଏନେଇ ସମ୍ବଲପୁର ବାରର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ସେଥିରେ ସୋନପୁର ଆଉଲା , ସୁନ୍ଦରଗଡ଼, ଆଠମଲ୍ଲିକ, ଅନୁଗୁଳ, ମାଲକାନଗିରି ଆଉଳା, ଛେଣ୍ଡିପଦା ଆଉଲା, ଫୁଲବାଣୀ, ଭୁବନେଶ୍ବର ଆଉଲା, କଟକ ଆଉଲାର ପ୍ରତିନିଧି ଯୋଗ ଦେଇଥିଲେ l

