ତଲେଇସର ଗ୍ରାମ ନିକଟରେ ରେଙ୍ଗାଳୀ ଡ୍ୟାମ ଜଳଭଣ୍ଡାର ମଧ୍ଯରେ ଡଙ୍ଗା ବୁଡି ତିନିଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ନିକଟସ୍ଥ ନୂଆଡିହି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପୋଡାଡିହି ଗ୍ରାମର ବୁଲୁ ପେଣ୍ଠେଇ ଙ୍କ ସ୍ତ୍ରୀ ଜ୍ୟୋସ୍ନା ପେଣ୍ଠେଇ, ତାଙ୍କର ଦୁଇ ଶିଶୁ ପୁତ୍ର
ମା ସହିତ ଦୁଇ ପୁଅଙ୍କ ମୃତ୍ୟୁ
ରେଙ୍ଗାଳୀ ଡ୍ୟାମ ପାଣି ରେ ଡଙ୍ଗା ବୁଡି ଦୁଇ ଜଣ ଶିଶୁ ଓ ମାଆ ସହ ତିନିଜଣ ଙ୍କର ମୃତ୍ୟୁ ହୋଇଛି। ଦେବଗଡ ଜିଲ୍ଲା ରିଆମାଳ ବ୍ଳକ ଖିଲେଇ ଗ୍ରାମପଞ୍ଚାୟତ ତଲେଇସର ଗ୍ରାମ ନିକଟରେ ରେଙ୍ଗାଳୀ ଡ୍ୟାମ ପାଣି ମଧ୍ଯରେ ଘଟିଛି ଘଟଣା। ମଧ୍ଯ ରାତ୍ରୀ ସମୟରେ ସେମାନେ ରହୁଥିବା ସ୍ଥାନକୁ ଦନ୍ତା ହାତୀ ଚାଲିଆସିଥିଲା। ପୁରା ପରିବାର ଡଙ୍ଗା ସାହାଯ୍ଯ ରେ ଅନ୍ୟ ସ୍ଥାନକୁ ପଳାଇଯାଉଥିବା ବେଳେ ଘଟିଛି ଏହି ଦୁର୍ଘଟଣା। ଘଟଣା ପରେ ସମସ୍ତ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ମୃତକ ଙ୍କ ପରିବାରକୁ ଅନୁକମ୍ପାମୂଳକ ସାହାଯ୍ଯ ଘୋଷଣା କରାଯାଇଛି।
ଗୁରୁବାର ଦେବଗଡ ଜିଲ୍ଲା ରିଆମାଳ ବ୍ଳକ ଖିଲେଇ ଗ୍ରାମପଞ୍ଚାୟତ ଅନ୍ତର୍ଗତ ତଲେଇସର ଗ୍ରାମ ନିକଟରେ ଏକ ଦୁଃଖଦ ଘଟଣା ଘଟିଛି। ତଲେଇସର ଗ୍ରାମ ନିକଟରେ ରେଙ୍ଗାଳୀ ଡ୍ୟାମ ଜଳଭଣ୍ଡାର ମଧ୍ଯରେ ଡଙ୍ଗା ବୁଡି ତିନିଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ନିକଟସ୍ଥ ନୂଆଡିହି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପୋଡାଡିହି ଗ୍ରାମର ବୁଲୁ ପେଣ୍ଠେଇ ଙ୍କ ସ୍ତ୍ରୀ ଜ୍ୟୋସ୍ନା ପେଣ୍ଠେଇ, ତାଙ୍କର ଦୁଇ ଶିଶୁ ପୁତ୍ର । ସମସ୍ତ ଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଉଭୟ ସ୍ବାମୀ ଓ ସ୍ତ୍ରୀ ଧୀବର ସମ୍ପ୍ରଦାୟର ହୋଇଥିବା ବେଳେ ରେଙ୍ଗାଳୀ ନଦୀବନ୍ଧ ମଝିରେ ରହିଥିବା ଲିଙ୍ଗା ହୁଳି ନାମକ ଟାପୁ ରେ ଅସ୍ଥାୟୀ ଭାବେ ସପରିବାର ରହି ମାଛ ମାରି ଜୀବିକା ନିର୍ବାହ କରୁଥିଲେ।ମଧ୍ଯ ରାତ୍ରୀ ସମୟରେ ସେମାନେ ରହୁଥିବା ସ୍ଥାନକୁ ଦନ୍ତା ହାତୀ ଚାଲି ଆସିବାରୁ ସେମାନେ ଅପର ପାର୍ଶ୍ବ ରେ ଥିବା ନିରାପଦ ସ୍ଥାନକୁ ଡଙ୍ଗା ସାହାଯ୍ଯ ରେ ପଳାଇ ଯାଉଥିଲେ। ସେମାନେ ଡଙ୍ଗାରେ ଆସୁଥିବା ବେଳେ ଡଙ୍ଗା ର ସାମନା କଡରୁ ପଟା ଖୋଲିଯିବାରୁ ପାଣି ପଶିଯାଇ ଡଙ୍ଗା ଟି ଡ୍ୟାମ ମଝିରେ ବୁଡି ଯାଇଥିଲା। ବୁଲୁ ବଡ ପୁଅ ଆୟୁସ କୁ ଉଦ୍ଧାର କରି ନିକଟସ୍ଥ ଏକ ଟାପୁ ରେ ଛାଡି ଅନ୍ଯ ମାନଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ। ପରେ ପାଣି ମଧ୍ଯ ରୁ ସାନ ପୁଅ ରିଆଶୁଂ ର ମୃତଦେହ ଉଦ୍ଧାର କରି ଆସିଥିବା ବେଳେ ବଡପୁଅ ମଧ୍ଯ ମରି ପଡିଥିବା ଦେଖିବାକୁ ପାଇଥିଲେ। ଖବର ପାଇ ରିଆମାଳ ଦମକଳ ବିଭାଗ କର୍ମଚାରୀ ଘଟଣାସ୍ଥଳ ରେ ବହୁ ଖୋଜାଖୋଜି କରି ସ୍ତ୍ରୀ ଜ୍ୟୋସ୍ନା ର ମୃତଦେହ ଉଦ୍ଧାର କରିଥିଲେ।

ଏହି ଘଟଣା ପରେ ରିଆମାଳ ବ୍ଳକ ବିଡିଓ, ତହସିଲଦାର, ଦେବଗଡ ଉପଜିଲ୍ଲାପାଳ ପରୀକ୍ଷିତ ସାହୁ ଘଟଣାସ୍ଥଳ ରେ ପହଞ୍ଚି ଉଦ୍ଧାର କାର୍ଯ୍ଯ ତଦାରଖ କରିଥିଲେ। ସ୍ଥାନୀୟ ଧୀବର ଓ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ବହୁ ପ୍ରୟାସ ପରେ ମହିଳାଙ୍କ ମୃତଦେହ ପାଣି ମଧ୍ଯରୁ ଉଦ୍ଧାର କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ମୃତକ ଙ୍କ ପରିବାର କୁ ରେଡକ୍ରସ ରୁ କୋଡିଏ ହଜାର ଟଙ୍କା ଓ ହରିଶ୍ଚନ୍ଦ୍ର ଯୋଜନା ରେ ନଅ ହଜାର ଟଙ୍କାର ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେବାକୁ ଉପଜିଲ୍ଲାପାଳ ଘୋଷଣା କରିଛନ୍ତି। ସଂପୃକ୍ତ ଅଞ୍ଚଳରେ ବାରମ୍ବାର ଡଙ୍ଗା ବୁଡି ଧନଜୀବନ ନଷ୍ଟ ହେଉଥିବାରୁ ଏହାର ସମାଧାନ ପାଇଁ ମତ୍ସ୍ୟଜୀବୀ ମାନଙ୍କୁ ଫାଇବର ଡଙ୍ଗା ଯୋଗାଇ ଦେବାକୁ ପଦକ୍ଷେପ ନେବାକୁ ଉପଜିଲ୍ଲାପାଳ ପ୍ରତିଶୃତି ଦେଇଛନ୍ତି। ସେହିଭଳି ଦେବଗଡ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ଵାଳ ଘଟଣାସ୍ଥଳ ରେ ପହଞ୍ଚି ମୃତକ ଙ୍କ ପରିବାର କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡ ରୁ ଆର୍ଥିକ ସାହାଯ୍ଯ ପ୍ରଦାନ ପାଇଁ ଅନୁରୋଧ କରିଛନ୍ତି।