ସାଧାରଣତଃ ପୁରୁଷମାନେ ଠିଆ ହୋଇ ପରିସ୍ରା କରି ଥାଆନ୍ତି। କିନ୍ତୁ ଏପରି କରିବାକୁ ବାରଣ କରିଛନ୍ତି ବୈଜ୍ଞାନିକ |
ଠିଆ ହୋଇ ପରିସ୍ରା କଲେ ଦେଖା ଦେଇପାରେ ଏହି ସବୁ ସମସ୍ୟା
ପୁରୁଷମାନେ ସାଧାରଣତଃ ଠିଆ ହୋଇ ପରିସ୍ରା କରି ଥାଆନ୍ତି| ହେଲେ ବୈଜ୍ଞାନିକମାନେ ଏପରି ନ କରିବାକୁ ପରାମର୍ଶ ଦେଇଛନ୍ତି। ଗୋଟିଏ ସଂସ୍ଥା ପକ୍ଷରୁ ଏନେଇ ଜାରି କରାଯାଇଥିବା ଭିଡିଓ ସୋଶାଲ ମିଡିଆରେ ଭାଇରାଲ ମଧ୍ୟ ହେଉଛି। ଅନେକ ୟୁଜର୍ସଙ୍କର ଏହା ଦୃଷ୍ଟି ଆକର୍ଷଣ କରିପାରିଛି।ବୈଜ୍ଞାନିକମାନେ ଗବେଷଣା କରି ଠିଆ ହୋଇ ପରିସ୍ରା କରିବା ଦ୍ୱାରା କ’ଣ କ୍ଷତି ହୋଇଥାଏ, ସେକଥା ଜାଣିବାକୁ ପାଇଛନ୍ତି। ଏଥିସହ ରିସର୍ଚ୍ଚ ଟିମ ପକ୍ଷରୁ ଗୋଟିଏ ଭିଡିଓ ଜାରି କରି ଏ ସମ୍ପର୍କରେ ବିସ୍ତୃତ ଭାବେ ଅବଗତ କରାଯାଇଛି |
ଦେଖନ୍ତୁ ଭିଡ଼ିଓ , ହୁଅନ୍ତୁ ସାବଧାନ
ଭିଡିଓରେ ବିସ୍ତୃତ ଭାବେ କୁହାଯାଇଛି ଯେ କାହିଁକି ପୁରୁଷମାନେ ଛିଡ଼ା ହୋଇ ପରିସ୍ରା କରିବା କଥା ନୁହେଁ। ମାରାତ୍ମକ ସଂକ୍ରମଣରୁ ବର୍ତ୍ତିବା ପାଇଁ ପୁରୁଷମାନେ ଛିଡ଼ା ହୋଇ ପରିସ୍ରା କରିବା କଥା ନୁହେଁ। ଭିଡିଓରେ ଅତିରିକ୍ତ ଭାବେ ଅସ୍ୱଚ୍ଛ ପରିବେଶରେ ଲୋକଙ୍କ ଛିଡ଼ା ହୋଇ ପରିସ୍ରା କରିବାର ଅଭ୍ୟାସ ସମ୍ପର୍କରେ ମଧ୍ୟ କୁହାଯାଇଛି।
ଛିଡ଼ା ହୋଇ ପରିସ୍ରା କରିବା ଦ୍ୱାରା ଏହା କେମିତି ଟଏଲେଟର ବାହାରକୁ ଛିଟିକି ହୋଇ ପଡ଼ିଥାଏ? ଏହା କେମିତି ପାଣି ପକାଇବା ଦ୍ୱାରା ଯାଇ ନଥାଏ, ସେକଥା ମଧ୍ୟ ଭିଡିଓରେ ଦର୍ଶା ଯାଇଛି।
ପରବର୍ତ୍ତୀ ଅବସ୍ଥାରେ ବାହାରେ ପଡ଼ିଥିବା ପରିସ୍ରା ସହ ଜର୍ମ ଓ ବ୍ୟାକଟେରିଆ ଟୁଥବ୍ରଶ, ଟଏଲେଟ ରୋଲ, ଟିସ୍ୟୁ ପେପର ଓ ଅନ୍ୟ ଜିନିଷ ସଂସ୍ପର୍ଶରେ ଆସି କେମିତି ସଂକ୍ରମିତ କରିଥାଏ ଓ ବ୍ୟାପିଥାଏ, ସେକଥା କୁହାଯାଇଛି।