ଠାକୁରଙ୍କ ଜାଗାକୁ ଜବରଦଖଲ କରି କରିଛନ୍ତି ଘର,ଶୁଣୁନି ତହସିଲ ପ୍ରଶାସନ

ଠାକୁରଙ୍କ ଜାଗାକୁ ଜବରଦଖଲ କରି କରିଛନ୍ତି ଘର,ଶୁଣୁନି ତହସିଲ ପ୍ରଶାସନ

Share with people

ଗଡିଆ ଗ୍ରାମର ଶ୍ରୀକାନ୍ତ ପାତ୍ର ଦେବସ୍ଥଳୀ ଜାଗାରୁ 10ଡେସିମିଲ ଜାଗାକୁ ଜବରଦଖଲ କରି ବେଆଇନ ଭାବେ ଘର ମଧ୍ୟ ନିର୍ମାଣ କରୁଛନ୍ତି ବୋଲି ଅଭିଯୋଗ ହୋଇଛି |ତେବେ ଜାଗା ଜବରଦଖଲ କରିଥଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କଣ ପଦକ୍ଷେପ ନିଆଯାଇଛି ବୋଲି ଗଡିଆ RI ଙ୍କୁ ଲୋକେ ପ୍ରଶ୍ନ କରିଥିଲେ, ତେବେ ଲୋକଙ୍କୁ ବୁଝାଇବା ପରିବର୍ତ୍ତେ ଲୋକଙ୍କ ପ୍ରଶ୍ନରେ ଚିହିଁକି ଉଠୁଛନ୍ତି RI ମେଡମ ମାଡାମ

ଠାକୁରଙ୍କ ଜାଗାରେ ଜବରଦଖଲ ଘର

ମୟୁରଭଞ୍ଜ ଜିଲ୍ଲା ମୋରଡା ତହସିଲ ଅନୁର୍ଗତ ଗଡିଆ ରାଜସ୍ବ ନିରୀକ୍ଷକଙ୍କ ଅଧୀନରେ ଥିବା ଗଡିଆ ମୌଜାର ଖାତା ନଂ 163,ପ୍ଲଟ ନଂ 187 କିସମ ଦେବସ୍ଥଳୀ ଥିବା ବେଳେ ମା ଗୁହାଳବଣି ଠାକୁରାଣୀଙ୍କ ନାମରେ ମୋଟ 73 ଡେସିମିଲ ଜାଗା ରହିଥଥିବା ବେଳେ, ଗଡିଆ ଗ୍ରାମର ଶ୍ରୀକାନ୍ତ ପାତ୍ର ଦେବସ୍ଥଳୀ ଜାଗାରୁ 10ଡେସିମିଲ ଜାଗାକୁ ଜବରଦଖଲ କରି ବେଆଇନ ଭାବେ ଘର ମଧ୍ୟ ନିର୍ମାଣ କରୁଛନ୍ତି ବୋଲି ଅଭିଯୋଗ ହୋଇଛି, ଯାହାକୁ କେନ୍ଦ୍ରକରି ସ୍ଥାନୀୟ ଅଞ୍ଚଳରେ ବିବାଦ ଦେଖାଦେଇଛି |

ଉକ୍ତ ବ୍ୟକ୍ତିଙ୍କ ଦ୍ବାରା ଜବରଦଖଲ କରାଯାଇଥିବା ଜାଗା ଓ ବେଆଇନ ଭାବେ ଘର ନିର୍ମାଣକୁ ପ୍ରଶାସନ ଦ୍ବାରା ଉଚ୍ଛେଦ କରିବା ପାଇଁ ବାରମ୍ବାର ଗ୍ରାମବାସୀ ମାନେ ମୋରଡା ତହସିଲଦାରଙ୍କ ଠାରେ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ଆଜି ଯାଏଁ ପ୍ରଶାସନ ପକ୍ଷରୁ କୌଣସିବି ପଦକ୍ଷେପ ଗ୍ରହଣ କରାଯାଇନାହିଁ | ତେବେ ଜାଗା ଜବରଦଖଲ କରିଥଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କଣ ପଦକ୍ଷେପ ନିଆଯାଇଛି ବୋଲି ଗଡିଆ RI ଙ୍କୁ ଲୋକେ ପ୍ରଶ୍ନ କରିଥିଲେ, ତେବେ ଲୋକଙ୍କୁ ବୁଝାଇବା ପରିବର୍ତ୍ତେ ଲୋକଙ୍କ ପ୍ରଶ୍ନରେ ଚିହିଁକି ଉଠୁଛନ୍ତି RI ମାଡମ.ତେବେ ଦେଖିବାକୁ ବାକି ରହିଲା ଜବରଦଖଲକାରୀ ଙ୍କ ବିରୁଦ୍ଧରେ ଆଗାମୀ ଦିନରେ କଣ ପଦକ୍ଷେପ ତହସିଲ ପ୍ରଶାସନ ଦ୍ବାରା ନିଆଯାଉଛି ||

.


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *