ବାଲି ବୋଝେଇ ଟ୍ରାକ୍ଟର ଜବତ କରିବା ସମୟରେ ଟ୍ରାକ୍ଟର କୁ ଖସାଇ ନେଲେ ବାଲି ମାଫିଆ। ଯାହା ପରେ ପୋଲିସକୁ ନାକେଦମ କରିବା ସହିତ ପୋଲିସ କୁ ୨୦ କିଲୋମିଟରରୁ ଊର୍ଧ୍ୱ ବୁଲାଇଲେ ଚକା ଭଉଁରୀ ।

ଖବର ପାଇ ପହଁଚିଲା ପୋଲିସ। ପୋଲିସ ବାଲିଘାଟରେ ପହଞ୍ଚି ବାଲି ବୋଝେଇ ଟ୍ରାକ୍ଟର ଜବତ କରିବା ସମୟରେ ଟ୍ରାକ୍ଟର କୁ ଖସାଇ ନେଲେ ବାଲି ମାଫିଆ। ଯାହା ପରେ ପୋଲିସକୁ ନାକେଦମ କରିବା ସହିତ ପୋଲିସ କୁ ୨୦ କିଲୋମିଟରରୁ ଊର୍ଧ୍ୱ ବୁଲାଇଲେ ଚକା ଭଉଁରୀ। ଏଭଳି ଘଟଣା ଘଟିଛି ଖୁଣ୍ଟା ଥାନା ଚିଲିମା ଗ୍ରାମରେ। ଚିଲିମା ଗ୍ରାମ ଦେଇ ପ୍ରବାହିତ ନଦୀରୁ ବେଆଇନ ବାଲି ଉତ୍ତୋଳନ ହେଉଥିବା ଖବର ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ବେନିୟମ ଭାବେ ଚୋରା ଚାଲାଣ ପାଇଁ ଏକ ଟ୍ରାକ୍ଟରରେ ବାଲି ବୋଝେଇ ହୋଇଥିବା ଦେଖି ଟ୍ରାକ୍ଟର କୁ ଜବତ କରିଥିଲେ। ଗାଡିଟିକୁ ଜବତ କରିବା ପରେ ବାଲି ମାଫିଆ ତଥା ଟ୍ରାକ୍ଟର ମାଲିକ ପହଞ୍ଚି ଟ୍ରାକ୍ଟର ସାଇଡ କରିବା ବାହାନାରେ ବାଲି ବୋଝେଇ ଟ୍ରାକ୍ଟର ନେଇ ଚମ୍ପଟ ମାରିଥିଲେ। ଯାହାକି ପୋଲିସ ଟ୍ରାକ୍ଟର ର ପିଛା କରିଥିବା ବେଳେ ବାଲି ମାଫିଆ ପୋଲିସକୁ ପ୍ରାୟ ୨୦ କିଲୋମିଟରରୁ ଅଧିକ ରାସ୍ତା ବୁଲାଇ ଗୋଟିଏ ଗାଁ ରୁ ଅନ୍ୟ ଗାଁ କୁ ପଶିବା ସହିତ ଵିଲ ରାସ୍ତାରେ ମଧ୍ୟ ଗାଡି ନେଇ ଖସି ଯିବାକୁ ଚେଷ୍ଟା କରିଥିଲା। ପୋଲିସକୁ ୨୦ କିଲୋମିଟର ରୁ ଅଧିକ ରାସ୍ତା ନାକେଦମ କରି ଚକା ଭଉଁରୀ ବୁଲାଇବା ପରେ ଶେଷରେ ସେହି ଚିଲିମା ଗ୍ରାମ ନିକଟରେ ପୋଲିସ ହାବୁଡ଼ରେ ପଡିବା ଡରରେ ମାଫିଆ ଟ୍ରାକ୍ଟର ଛାଡି ଫେରାର ହୋଇଯାଇଥିଲା। ଯାହା ପରେ ପୋଲିସ ଟ୍ରାକ୍ଟର କୁ ଜବତ କରି ଥାନାକୁ ଆଣିଛି। ହେଲେ ଟ୍ରାକ୍ଟର ର କୌଣସି ନମ୍ବର ନାହିଁ ଅର୍ଥାତ ଟ୍ରାକ୍ଟର ଟି ବିନା ନମ୍ବରରେ ଚାଲୁଥିଲା।