ଟ୍ରକ ମାଡି ଯାଇ ଭାଙ୍ଗିଲା ଆଠଟି ଦୋକାନ,ଜଣେ ମହିଳା ଦୋକାନୀଙ୍କ ମୃତ୍ୟୁ || MAYURBHANJ NEWS

ଟ୍ରକ ମାଡି ଯାଇ ଭାଙ୍ଗିଲା ଆଠଟି ଦୋକାନ,ଜଣେ ମହିଳା ଦୋକାନୀଙ୍କ ମୃତ୍ୟୁ || MAYURBHANJ NEWS

Share with people

ଦୋକାନ ଭିତରକୁ ମାଡିଗଲା ଟ୍ରକ,ଚାଲିଗଲା ଦୋକାନୀଙ୍କ ଜୀବନ। 18 ଓ 49 ନଂ ଜାତୀୟ ରାଜପଥ ତିନି ରାଜ୍ୟର ମିଳନ ସ୍ଥଳି ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ବମ୍ବେଛକ ଗୋଳେଇ ନିକଟରେ ରାତି ପ୍ରାୟ 10:45 ସମୟରେ ଏକ ଟ୍ରକ୍ ଭାରସାମ୍ୟ ହରାଇ ଫଳ ଓ ଜଳଖିଆ ଦୋକାନ ଉପରକୁ ମାଡ଼ିଯିବାରୁ ଜଣେ ଦୋକାନୀ ପ୍ରାଣ ହରାଇଛନ୍ତି। ୫ରୁ ଉର୍ଦ୍ଧ୍ବ ଲୋକ ଆହତ ହୋଇ ବାରିପଦା PRM ମେଡ଼ିକାଲରେ ଜୀବନ ମୋରଣ ସହିତ ସଂଗ୍ରାମ କରୁଛନ୍ତି । ସୂଚନା ଅନୁସାରେ, ସମୟ ରାତି ପ୍ରାୟ ୧୦,୪୫ରେ ଦୋକାନ ବନ୍ଦ କରି ଘରକୁ ଯିବା ପାଇଁ ବାହାରିଥାନ୍ତି ଦୋକାନୀ ମାନେ । ଏହି ସମୟରେ ହଠାତ୍ ବାରିପଦା ପଟୁ ଏକ ଟ୍ରକ୍ ଦ୍ରୁତ ଗତିରେ ଆସି ୮ଟି ଦୋକାନ ଉପରକୁ ମାଡ଼ିଯାଇଥିଲା। ଯାହା ଫଳରେ ଦୋକାନୀ ସସ୍ମିତା ମହାନ୍ତ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବେଳେ ୫ ରୁ ଉର୍ଦ୍ଧ୍ବ ଲୋକ ଓ ଜଣେ ଶିଶୁ ଗୁରୁତର ଅଛନ୍ତି । ଘଟଣା ସ୍ଥଳରେ ପୋଲିସ ଉଦ୍ଧାର କରି ଆହତ ମାନଙ୍କୁ ବାରିପଦା ଡାକ୍ତରଖାନାକୁ ନେଇଥିଲେ। ତେବେ ଝାରପୋଖରିଆ ଥାନାଧିକାରୀ ପ୍ରଭୁ କଲ୍ୟାଣ ଆଚାର୍ଯ୍ୟ ସଦଳବଳେ ପହଞ୍ଚି ତଦନ୍ତ କରିଥିଲେ। ସେହିପରି ଟ୍ରକ୍‌କୁ ଜବତ କରାଯାଇଥିବା ସୂଚନା ମିଳିଛି। ବମ୍ବେ ଛକରେ ବେଆଇନ ପାର୍କିଂ ଓ ସଂକୀର୍ଣ୍ଣ ରାସ୍ତା ଯୋଗୁ ବାରମ୍ବାର ଦୁର୍ଘଟଣା ଘଟୁଥିବା ବେଳେ ପ୍ରଶାସନ ଗଭୀର ନିଦ୍ରାରେ ରହିଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *