ଡ୍ରାଇଭରଜଣକ ରାତି ସାରା ଗାଡ଼ିରେ ଚାପି ହୋଇ ଯାଇଥିବା ବେଳେ ସକାଳୁ ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚିଥିବା ଜଣାଯାଇଛି ।
ଟ୍ରକ ପଛରେ ପିଟିଲା ଟ୍ରକ ଡ଼୍ରାଇଭର ଚାପିହୋଇ ଗୁରୁତର
୨୦ନଂ ଯାତୀୟ ରାଜପଥ କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ଦରଖୋଳା ଛକ ନିକଟରେ ମର୍ମାହତ ସଡକ ଦୁର୍ଘଟଣା, ଟ୍ରକ ପଛରେ ପିଟିଲା ଟ୍ରକ ଦୃର୍ଘଟଣାରେ ଡ୍ରାଇଭର ଚାପିହୋଇ ଗୁରୁତର, ଘଟଣାସ୍ଥଳରେ ଘଟଗାଁ ଅଗ୍ନିଶମ ବିଭାଗ ପହଁଞ୍ଚି ଚାପିହୋଇ ଥିବା ଡ୍ରାଇଭରକୁ କଟର ସାହାଯ୍ୟରେ କଟାଯାଇ ବାହାର କରା ଯାଇଛି ଭୋର ୪ଟା ସମୟରେ ଏହି ଦୃର୍ଘଟଣା ହୋଇଥିବା ଜଣାପଡ଼ିଛି, ସ୍ଥାନିୟ ଲୋକ ମାନେ ପ୍ରଥମେ ଏନ୍.ଏଚ. ଆମ୍ବୁଲାନ୍ସ କୁ ଫୋନ କରିଥିଲେ ପରେ ପରେ ସମସ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଥିଲେ I

ମିଳିଥିବା ସୂଚନା ଅନୁଯାୟୀ, ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଟ୍ରକ୍କୁ ପଛରୁ ଦ୍ରୁତ ଗତିରେ ଆସୁଥିବା ଆଉ ଏକ ଟ୍ରକ୍ ପିଟିଥିଲା। ଫଳରେ ପଛ ଟ୍ରକ୍ର ଆଗ ପାର୍ଶ୍ୱ ସମ୍ପୂର୍ଣ୍ଣ ଚାପି ହୋଇ ଯାଇଛି। ଆଗ ଟ୍ରକ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି।
ତେବେ ଡ୍ରାଇଭରଜଣକ ରାତି ସାରା ଗାଡ଼ିରେ ଚାପି ହୋଇ ଯାଇଥିବା ବେଳେ ସକାଳୁ ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚିଥିବା ଜଣାଯାଇଛି। ଖୁବ୍ ଶିଘ୍ର ସଂପୃକ୍ତ ଡ଼୍ରାଇଭରଙ୍କୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଏଥିଯୋଗୁ ଉକ୍ତ ରାସ୍ତାରେ ଯାନବାହନ ଚଳାଚଳ ବ୍ୟାହତ ହୋଇଛି।