ଟ୍ରକ ପଛପଟେ ଧକ୍କାଦେଲା ବାଇକ,ଚାଳକଙ୍କ ମୃତ୍ୟୁ || RAYGADA NEWS

ଟ୍ରକ ପଛପଟେ ଧକ୍କାଦେଲା ବାଇକ,ଚାଳକଙ୍କ ମୃତ୍ୟୁ || RAYGADA NEWS

Share with people

ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ମୁସୁରିପଦର ଛୋକ ନିକଟରେ ରାସ୍ତା ଉପରେ ଛିଡା ହୋଇଥିବା କୋଇଲା ବୋଝେଇ ଟ୍ରକ କୁ ପଛ ରୁ ଧକ୍କା ଦେବା ବାଇକ୍ ଶେଷରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଉଛନ୍ତି ଟିକିରି ଥାନା ମୁସୁରିପଦର ଗ୍ରାମର ଲାକି ମାଝୀ। ସେ କୈ।ଣଷି ଏକ କାମରେ ରାତି ୮ଘଣ୍ଟା ସମୟରେ ନିଜ ବାଇକରେ(ଓଡି୩୩ଏମ ୨୬୦୪)ମୁସୁରି ପଦରରୁ ଟିକିରି ଅଭିମୁଖେ ଯାଉଥିବା ସମୟରେ ରାସ୍ତା ଉପରେ ଛିଡା ହୋଇଥିବା କୋଇଲା ବୋଝେଇ ଟ୍ରକ (ଓଡି୦୫ ବିଏ ୪୩୦୩)ଗାଡିଟିକୁ ଦେଖି ନପାରି ପଛପଟେ ବାଡେଇ ହୋଇ ରାସ୍ତା ଉପରେ ପଡି ଘଟଣା ସ୍ଥଳରେ ହିଁ ମୃତ୍ୟୁ ବରଣ କରିଛନ୍ତି।ପରିବାର ଲୋକ ସେଠାରେ ପହଞ୍ଚିଥିଲେ ଓ ଚାପା ଉତ୍ତେଜନା ଦେଖିବାକୁ ମିଳିଛି। ଖବର ପାଇ ଟିକିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ପରିବାର ଲୋକଙ୍କୁ ବୁଝାସୁଝା କରିଛନ୍ତି।ସ୍ଥାନୀୟ ଏକ କଳକାରଖାନା ଦୈନିକ ଶତାଧିକ ମାଲ ବୋଝେଇ ଗାଡି ଯାଉଥିବା ବେଳେ ପାର୍କିଙ୍ଗର ଠିକ ସୁବିଧା ନଥିବାରୁ ରାସ୍ତା ଉପରେ ଘଣ୍ଟା ଘଣ୍ଟା ଗାଡି ଗୁଡିକ ଛିଡା ହୋଉଥିବା ଦୈନିକ ଛୋଟବଡ ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହେଉଥିବାରୁ ପ୍ରଶାସନ ଓ କମ୍ପାନୀ କତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି । ସେହିପରି ମୃତ୍ୟୁ ପରିବାର ସହ ଗ୍ରାମ ବାସୀ ରାସ୍ତା ଅବରୋଧ କରି ବସିଛନ୍ତି । ଆଜି ସକାଳୁ ଯାହା ଫଳରେ ଟିକିରି ରାୟଗଡ଼ା ଯାତାୟତ ସମ୍ପୁର୍ଣ୍ଣ ବନ୍ଦ ହୋଇଯାଇଛି ।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *