ଟୋପନାଳରେ ମଇଁଷି ଚରାଳିଙ୍କ ମୃତ୍ୟୁ

ଟୋପନାଳରେ ମଇଁଷି ଚରାଳିଙ୍କ ମୃତ୍ୟୁ

Share with people

ମୃତକ ହେଲେ ନୂଆଭୁବନର ବଣୁଆ ବେହେରା ଉଦ୍ଧାର କରିଲା ଓଡରାଫ୍ ଟିମ୍ ।

ଟୋପନାଳରେ ମଇଁଷି ଚରାଳିଙ୍କ ମୃତ୍ୟୁ;ମୃତକ ହେଲେ ନୂଆଭୁବନର ବଣୁଆ ବେହେରା ଉଦ୍ଧାର କରିଲା ଓଡରାଫ୍ ଟିମ୍ ।

ଦାନା ସମୁଦ୍ରରେ ଦାନା ବାନ୍ଧୁଥିବା ବେଳେ ଘରପାଖକୁ ମଇଁଷି ନେଇ ଆସୁଥିବା ଟୋପଖାଲରୁ ମଇଁଷି ଚରାଲିଙ୍କ ମୃତ ଦେହକୁ ଉଦ୍ଧାର କରିଛି ଓଡରାଫ ଟିମ୍ । ଢେ଼ଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ୱାର୍ଡ ନମ୍ବର ୩(ତିନି) ଗୋପାଳସାହି ବାସିନ୍ଦା ରାମ ବେହେରାଙ୍କ ସାନ ପୁଅ ବଣୁଆ ବେହେରା ବୟସ ୫୭(ସତାବନ) ଗତ କାଲିଠାରୁ ମଇଁଷି ଚରାଇ ଯାଇଥିବା ବେଳେ ସନ୍ଧ୍ୟା ପରେ ମଧ୍ୟ ଘରକୁ ଫେରି ନଥିଲେ । ସାହି ବାସିନ୍ଦା ରାତି ତମାମ ଖୋଜାଖୋଜି କରିଥିଲେ ମଧ୍ୟ ବଣୁଆଙ୍କୁ ପାଇନଥିଲେ ।ସକାଳ ସମୟରେ ସ୍ଥାନୀୟ ବୃଦ୍ଧେଶ୍ୱର ମନ୍ଦିର ନିକଟ ଟୋପଖାଲ ନିକଟରେ ସମସ୍ତ ମଇଁଷି ଶୋଇଥିବାର ଖବର ପାଇବାରୁ କିଛି ଅଘଟଣ ସନ୍ଦେହ କରି ଭୁବନ ଦମକଳ ବାହିନୀକୁ ଏନେଇ ଖବର ଦେଇଥିଲେ ବଣୁଆଙ୍କ ପରିବାର ଲୋକେ । ତେବେ ଘଟଣାସ୍ଥଳରେ ଓଡ଼ରାଫ୍ ଟିମ୍ ପହଞ୍ଚି ଟୋପଖାଲ ଭିତରେ ଖୋଜାଖୋଜି କରି ବଣୁଆଙ୍କ ମୃତ ଦେହକୁ ଉଦ୍ଧାର କରିଥିଲେ । ଭୁବନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଛି। ଏନେଇ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଥାନାଧିକାରୀ ମନସ୍ମିତା ମହାନ୍ତିଙ୍କ ସୂଚନାରୁ ଜଣାପଡିଛି ।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *