ଟପରିଆ ଠାରେ ପଞ୍ଚାୟତ ସ୍ତରୀର କ୍ରିଡ଼ା ପ୍ରତିଯୋଗିତା

ଟପରିଆ ଠାରେ ପଞ୍ଚାୟତ ସ୍ତରୀର କ୍ରିଡ଼ା ପ୍ରତିଯୋଗିତା

Share with people

ସୁନ୍ଦରଗଡ ଜିଲା ହେମଗିର ବ୍ଲକ ସ୍ଥିତ ଟପରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପଞ୍ଚାୟତ ସ୍ତରୀୟ କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବେ ବେଦାନ୍ତ କମ୍ପାନୀ ରବିକାନ୍ତ ସିଂ ଯୋଗଦେଇ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବେଦାନ୍ତ କମ୍ପାନୀ ସିଦ୍ଧାର୍ଥ ବେହେରା,ସରପଞ୍ଚ ସୋନିଆ ବୈଗା, ସମିତି ସଭ୍ୟା ପାଉଲିନା ଲାକ୍ରା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ପ୍ରଥମରୁ ଦଶମ ଶ୍ରେଣୀର ଛାତ୍ରୀଛାତ୍ର ମାନଙ୍କୁ ନେଇ ଲମ୍ବଡିଆଁ, ହାଇଜମ୍ଫ, କୁଇଜ୍, ବକ୍ତୃତା,ନାଚ,ଗୀତ ଆଦି ବିଭିନ୍ନ ପ୍ରକାରର ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା । ପରେ ରବିବାର ଦିନ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସିଆରସିସି ତଥା ଶିକ୍ଷକ ସଂଘର ସଭାପତି ରାମଲାଲ ପଟେଲଙ୍କ ସଭାପତିତ୍ୱରେ ସଭାର ଆୟୋଜନ ହୋଇଥିଲା । ଏହି ସଭାରେ ମୁଖ୍ଯ ଅତିଥି ଭାବେ ହେମଗିର ବ୍ଲକ ଶିକ୍ଷା ଅଧିକାରୀ କରୁଣା ସାଗର ପଟେଲ,ଏବିଇଓ କପିଲ ଚନ୍ଦ୍ର ଦାସ,ବିଜିଏମଏସର ଏଜଭାଇଜର ପୁନୁଲାଲ ପଧାନ ପ୍ରମୁଖ ଉପସ୍ଥିତ ରହି କୃତି ଛାତ୍ରୀଛାତ୍ର ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଏହି ଅବସରରେ ପଞ୍ଚାୟତର ସମସ୍ତ ଶିକ୍ଷୟିତ୍ରୀ ଓ ଶିକ୍ଷକ ଉପସ୍ଥିତ ରହି ପରିଚାଳନା କରିଥିଲେ ।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *