ତିନି ମାସ ପରେ ମଧ୍ୟ ଆନ୍ଦୋଳନ କାରୀ ମାନେ ପରିବହନ ବନ୍ଦ କରି ରଖିଛନ୍ତି ।
ଟନ ପିଛା କୋଡ଼ିଏ ଟଙ୍କା ଦାଦା ବଟି ମାଗୁଥିବା ଅଭିଯୋଗ:
କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ତଥା ଭଦ୍ରାସାହି ଗ୍ରାମ ପଞ୍ଚାୟତ ସ୍ଥିତ ଟ°ଟୋ ଗ୍ରାମରେ ଅବସ୍ଥିତ ଥିବା ନର୍ଭେରାମ ଖଣିରେ କିଛି ସ୍ଥାନୀୟ ବାସିନ୍ଦା ତଥା କିଛି ସ୍ଥାନୀୟ ପରିବହନ କାରୀ ମାନେ ତିନି ମାସ ଧରି ଖଣିଜ ପଦାର୍ଥ ପରିବହନ ବନ୍ଦ କରି ରଖିଛନ୍ତି । ଯୋଉଥିରେ ଭାରତ ସରକାରଙ୍କ ସମେତ ରାଜ୍ୟ ସରକାରଙ୍କ ରାଜସ୍ବ ହାନି ହେଉଥିବା ଦେଖାଯାଉଛି । କିଛି ମୁଷ୍ଠିମେୟ ପରିବହନ କାରୀ ମାନେ ପରିବହନ ସାଙ୍ଗକୁ ଗ୍ରାମର କଲ୍ୟାଣ ନିମନ୍ତେ ଟନ ପିଛା କୋଡ଼ିଏ ଟଙ୍କା ଦାଦା ବଟି ମାଗୁଥିବା ସ୍ଥାନୀୟ ଟ°ଟୋ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି ।

୨୦୧୧ ମସିହାରେ ମଧ୍ୟ ଉକ୍ତ ପରିବହନ କାରୀ ମାନେ ନର୍ଭେରାମ ଖଣିରେ ଧାରଣା ଦେବା ସହିତ ଟ°ଟୋ ଗ୍ରାମର କଲ୍ୟାଣ ନିମନ୍ତେ ଏକ ଚୁକ୍ତିନାମା ସ୍ବାକ୍ଷର କରିଥିଲେ । ତେର ବର୍ଷ ପରେ ମଧ୍ୟ ପରିବହନ କାରୀ ମାନେ ତାହାର କୌଣସି ହିସାବ କିତାବ ଗ୍ରାମ ବାସୀଙ୍କ ସମ୍ମୁଖରେ ରଖୁନଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଗ୍ରାମର କଲ୍ୟାଣ ଟଙ୍କାର ସଂପୂଣ୍ଣ ହିସାବ କିତାବ ଉକ୍ତ ପରିବହନ କାରୀଙ୍କୁ ମଗା ଯାଇଥିଲେ ସୁଦ୍ଧା କୌଣସି ପ୍ରତିକ୍ରିୟା ନ ରଖୁଥିବାରୁ ଟଙ୍କା ଚଳୁ କରି ନେଇଯାଇଥିବା ସନ୍ଦେହ କରୁଛନ୍ତି ଟ°ଟୋ ଗ୍ରାମବାସୀ । ଖଣି ଖାଦାନ ପରିପୂର୍ଣ୍ଣ ଜିଲ୍ଲାର ଲୋକଙ୍କ ଜୀବନ ଜୀବିକା ଏହି ଖଣି ଖାଦାନ ଉପରେ ନିର୍ଭର କରେ । ସେମାନଙ୍କ ଦୈନଦିନ ଜୀବନ ରେ ଏହାର ଭୂମିକା ଯେ ଅନେକ ଏହା ଅସ୍ବୀକାର କରି ହେବ ନାହିଁ । କିଛି ମୁଷ୍ଠିମେୟ ପରିବହନ କାରୀ ମାନେ ଆଖ ପାଖ ଗ୍ରାମ ଯଥା ଭଦ୍ରାସାହି, ସେରେଣ୍ଡା ଓ ଝାଡଗାଁ ଆଦି ଗ୍ରାମ ବାସୀଙ୍କୁ ଭୁଆଁ ବୁଲେଇ ଶହେ ଦିନରୁ ଉର୍ଦ୍ଧ ହେବ ଖଣିଜ ପଦାର୍ଥ ପରିବହନ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ସହିତ କଂପାନୀ ର ରାସ୍ତା ଅବରୁଦ୍ଧ କରି ବସିଛନ୍ତି । ଅନ୍ୟ ପକ୍ଷରେ ଟ°ଟୋ ଗ୍ରାମର ଗ୍ରାମବାସୀ ମାନେ ଏକାଠି ହୋଇ ଶୀଘ୍ର କମ୍ପାନୀ ରାସ୍ତାକୁ ଖୋଲିବାକୁ ପରିବହନ କାରୀଙ୍କୁ ନିବେଦନ କରୁଛନ୍ତି ।

ଏ ବାବଦରେ ଗଣମାଧ୍ୟମ ପ୍ରତିନିଧି ମାନେ ପୂର୍ବତନ ସରପଞ୍ଚ କସ୍ତୁରୀ ଓରାମଙ୍କୁ ପଚାରିବାରୁ ସେ କୌଣସି ପ୍ରତିକ୍ରିୟା ରଖିନଥିଲେ । ସ୍ଥାନୀୟ ଲୋକଙ୍କୁ ପରିବହନ ଦିଆ ଯାଇଛି କି ନାହିଁ ନର୍ଭେରାମ ଅଧିକାରୀଙ୍କୁ ପଚାରିବାରୁ ସେ ସମସ୍ତ ଦସ୍ତାବିଜ ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମୁଖରେ ରଖିଥିଲେ । ଏତେ ଦିନ ପର୍ଯ୍ୟନ୍ତ ପରିବହନ ଠପ୍ ହୋଇ ରହିଥିଲେ ସୁଦ୍ଧା ସ୍ଥାନୀୟ ପ୍ରଶାସନ କୋଉ ସ୍ୱାର୍ଥରେ ପରିବହନ କାରୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ତାହା ବର୍ତ୍ତମାନ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।
