ଜୟନ୍ତୀଗଡ ସ୍ଥିତ ନୀଳକଣ୍ଠେଶ୍ଵର ଶିବଲିଙ୍ଗ ଭଙ୍ଗା ଘଟଣା, କାର୍ଯ୍ୟନୁଷ୍ଠାନ ଦାବିରେ ବଡବିଲ ଏସଡିପିଓଙ୍କ ଦ୍ବାରସ୍ଥ ହେଲା ହିନ୍ଦୁ ଏକତା ମଞ୍ଚ I
“ଆତତାୟୀଙ୍କୁ ଶୀଘ୍ର ଧରୁ ପୋଲିସ୍” ହିନ୍ଦୁ ଏକତା ମଞ୍ଚ
ଗତ ଶୁକ୍ରବାର କେନ୍ଦୁଝର ଜିଲ୍ଲା ଚମ୍ପୁଆ ନିକଟବର୍ତ୍ତୀ ଝାଡଖଣ୍ଡ ରାଜ୍ୟର ଜୟନ୍ତୀଗଡ ସ୍ଥିତ ନୀଳକଣ୍ଠେଶ୍ଵର ମହାଦେବଙ୍କ ଶିବଲିଙ୍ଗ ଭାଙ୍ଗିବା ଘଟଣା ଓଡ଼ିଶା-ଝାଡଖଣ୍ଡ ସୀମାନ୍ତ ଅଞ୍ଚଳକୁ ଅଶାନ୍ତ କରି ଦେଇଛି। ଏନେଇ ଶୁକ୍ରବାର ସନ୍ଧ୍ୟାରୁ ଶନିବାର ଅପରାହ୍ନ ପର୍ଯ୍ୟନ୍ତ ଚମ୍ପୁଆ ସହ ଝାଡଖଣ୍ଡ ସୀମାନ୍ତ ଅଞ୍ଚଳ ବନ୍ଦ ଡାକରା ଦିଆ ଯାଇଥିଲା। ପରେ ପ୍ରଶାସନ ପକ୍ଷରୁ ୭୨ ଘଣ୍ଟା ମଧ୍ୟରେ ପ୍ରକୃତ ଅପରାଧୀଙ୍କୁ ଗିରଫ କରା ଯିବାର ପ୍ରତିଶ୍ରୁତି ପରେ ଲୋକେ ଆନ୍ଦୋଳନ ପ୍ରତ୍ୟାହୃତ କରିଥିଲେ। ଏହି ଅମାନବୀୟ ଘଟଣା ଉଭୟ ରାଜ୍ୟର ସୀମାନ୍ତ ଅଞ୍ଚଳରେ ଅସନ୍ତୋଷର ବାତାବରଣ ସୃଷ୍ଟି କରିଥିବା ବେଳେ ହିନ୍ଦୁ ଏକତା ମଞ୍ଚ ମଧ୍ୟ ଗଭୀର ଉଦବେଗ ପ୍ରକାଶ କରିଛି। ଏନେଇ ଆଜି ମଞ୍ଚ ପକ୍ଷରୁ ଏହାର ସଦସ୍ୟ ମାନେ ବଡବିଲ ଏସଡିପିଓଙ୍କ ଦ୍ବାରସ୍ଥ ହୋଇ ଯଥାଶୀଘ୍ର ଏହି ଘଟଣାର ତଦନ୍ତ କରି ପ୍ରକୃତ ଦୋଷୀ ମାନଙ୍କୁ ଗିରଫ କରା ଯିବାକୁ ଏକ ଦାବିପତ୍ର ପ୍ରଦାନ କରା ଯାଇଛି।
