ଆମ୍ବ କୋଇଲି ଯାଉ ଖାଇ ୨ ମୃତ ୬ ଜଣ ଗୁରୁତର

ଆମ୍ବ କୋଇଲି ଯାଉ ଖାଇ ୨ ମୃତ ୬ ଜଣ ଗୁରୁତର

Share with people

କନ୍ଧମାଳ ଜିଲ୍ଲା ଆଦିବାସୀ ବହୁଳ କନ୍ଧମାଳ ଜିଲ୍ଲା ର ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ଗଦାପୁର ପଞ୍ଚାୟତ ର ମାଣ୍ଡିପଙ୍କା ଗ୍ରାମର ଦଡା ସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ଆମ୍ବ କୋଇଲି ରୁ ପ୍ରସ୍ତୁତ ଯାଉ ଖାଇ ୬ ପରିବାର ର ୮ଜଣ ମହିଳା ଅସୁସ୍ଥ ହୋଇ ଥିବା ବେଳେ ଚିକିତ୍ସିତ ଅବସ୍ଥାରେ ଦୁଇ ଜଣ ଙ୍କ ର ମୃତ୍ୟୁ ଘଟିଥିବା ଜଣା ପଡ଼ିଛି। ମୃତ୍ୟୁ ବ୍ୟକ୍ତି ମାନେ ହେଲେ ରମୀତା ପାଟ ମାଝୀ ବୟସ ୨୫ , ରୁନୁ ମାଝୀ ବୟସ ୨୮ ।ସୂଚନା ମୁତାବକ ଗତ ୨୩ ତାରିଖ ଦିନ ପୂର୍ବ ପୁରୁଷ ଅମଳ ରୁପା ରମ୍ପାରିକ ଖାଦ୍ୟ ଭାବେ ଆମ୍ବ କୋଇଲିରୁ ଯାଉ ପ୍ରସ୍ତୁତ କରି ଗ୍ରାମର ପ୍ରାୟ ୨୦ ପରିବାର ର ୩୦ ରୁ ଉର୍ଦ୍ଧ୍ବ ଲୋକେ ଖାଇଥିଲେ, ସେଥିରୁ ବଳକା ଥିବା କୋଇଲିକୁ ଗଚ୍ଛିତ ରଖି ଗତ ମଙ୍ଗଳବାର ଦିନ ପୁଣି ଥରେ ପ୍ରସ୍ତୁତ କରି କିଛି ମହିଳା ଖାଇଥିଲେ ।କୌଣସି କାରଣରୁ ବିଷାକ୍ତ ହୋଇ ଯାଇଥିବା ନେଇ ଲୋକେ ସନ୍ଧେହ କରୁଛନ୍ତି । ସେଥି ମଧ୍ୟରୁ ଗୁରୁବାର ଦିନ ରମିତା ଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡ଼ିକାଲ କୁ ନିଆ ଯାଇଥିଲା ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା ଶୁକ୍ରବାର ଦିନ ପୁଣି ଅଚାନକ ଭାବେ ଆଉ ୭ ଜଣ ଙ୍କ ଅବସ୍ଥା ଗୁରୁତର ହେବାରୁ ସ୍ଥାନୀୟ ଲୋକଙ୍କ ସହାୟତା ରେ ସେମାନଙ୍କୁ ପ୍ରଥମେ ବ୍ରାହ୍ମଣୀଗାଁ ମେଡ଼ିକାଲ ରେ ଭର୍ତ୍ତି କରାଯାଇ ଥିଲା ପ୍ରଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବା ରୁ ସେମାନଙ୍କୁ ବ୍ରହ୍ମପୁର ବଡ ମେଡ଼ିକାଲ ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ ହେଲେ ବ୍ରହ୍ମପୁର ନେବା ବାଟରେ ରୁନୁ ମାଝୀ ଙ୍କ ମୃତ୍ୟୁ ଘଟିଥିଲା । ଆଉ ୬ ଜଣ ବର୍ତ୍ତମାନ ଚିକିତ୍ସାଧୀନ ଅବସ୍ଥାରେ ଥିବା ଜଣାପଡ଼ିଛି। ସେମାନେ ହେଲେ ପ୍ରଭାତୀ ପାଟ ମାଝୀ ବାୟସ ୩୨ , ଡ୍ରାଙ୍ଗାଲୁ ପାଟ ମାଝୀ ବୟସ ୫୫ ,ଟୁନି ମାଝୀ ବୟସ ୪୫ ,ସୁଷମା ପାଟ ମାଝୀ ବୟସ ୨୫, ଜିତା ମାଝୀ ବୟସ ୩୦, ଜିବନ୍ତି ମାଝୀ ବୟସ ୪୫ । ଖବର ପାଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ତହସିଲଦାର ଶ୍ରୀ ଶରତ ଶବର, ବିଡ଼ିଓ ଶ୍ରୀ ପ୍ରୀତି ରଞ୍ଜନ ରଥ ଘଟଣା ସ୍ଥଳ ରେ ପହଞ୍ଚି ଘଟଣା ସମ୍ପର୍କ ରେ ଅନୁଧ୍ୟାନ କରିଥିଲେ ।

[ ରିପୋର୍ଟ- ଜ୍ୟୋତି ପ୍ରକାଶ ସାମନ୍ତରାୟ ]


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *