ବିଳମ୍ବିତ ରାତିରେ ଘଟିଲା ଦୁର୍ଘଟଣା । ଆଉ ଦୁର୍ଘଟଣାରେ ଚୁରମାର ହୋଇଗଲା ଦାମୀ ହୋଣ୍ଡା ସିଟି କାର ।
ବିଳମ୍ବିତ ରାତିରେ ଘଟିଲା ଦୁର୍ଘଟଣା। ଆଉ ଦୁର୍ଘଟଣାରେ ଚୁରମାର ହୋଇଗଲା ଦାମୀ ହୋଣ୍ଡା ସିଟି କାର। ଜଣେ ଗୁରୁତର ଦୁଇ ଆହତ। ଏଭଳି ଘଟଣା ଘଟିଛି ଉଦଳା ଥାନା କଅଁରପାଳ ଗ୍ରାମରେ। ଗତକାଲି ବିଳମ୍ବିତ ରାତିରେ କଅଁରପାଳ ଅଂଚଳରୁ ଉଦଳା ଅଭିମୁଖେ ଏକ ହୋଣ୍ଡା ସିଟି ଗାଡ଼ିରେ ଆସୁଥିଲେ ୪ ଜଣ ଯୁବକ। କଅଁରପାଳ ଗ୍ରାମ ନିକଟରେ ଏକ ବାଙ୍କରେ ଭାରସାମ୍ୟ ହରାଇ ରାସ୍ତା କଡ଼ ଖାଲକୁ ଓଲଟି ପଡିଥିଲା କାର। କାର ଭିତରେ ଥିବା ଯୁବକମାନେ ନିଜେ ବାହାରିବା ସହିତ ସ୍ଥାନୀୟ ଲୋକେ ମଧ୍ୟ ସେମାନଙ୍କୁ କାର ଭିତରୁ ବାହାର କରିଥିଲେ। ଗାଡିରେ ଥିବା ୪ ଜଣଙ୍କ ମଧ୍ୟରୁ ଜଣଙ୍କ ମୁହଁରେ ଗଭୀର ଆଘାତ ଲାଗିଥିବା ବେଳେ ଅନ୍ୟମାନେ ସାମାନ୍ୟ ଆହତ ହୋଇଛନ୍ତି।

ଗୁରୁତର ଯୁବକଙ୍କୁ ଉଦଳା ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ସ୍ଥାନୀୟ ଲୋକଙ୍କ ସହାୟତାରେ ଓଲଟି ପଡ଼ିଥିବା କାରକୁ ସିଧା କରାଯାଇଥିବା ବେଳେ ଦୁର୍ଘଟଣା ଏତେ ତୀବ୍ର ଥିଲା ଯେ ଦାମୀ ହୋଣ୍ଡା ସିଟି ଗାଡିର ସାମ୍ନା ଏବଂ ପଛ ପାଖ ଭାଙ୍ଗି ଚୁରମାର ହୋଇଯାଇଛି।
