ନିଜକୁ ନିଜେ ଗୁଳି କଲେ ବିଧାୟକ

ନିଜକୁ ନିଜେ ଗୁଳି କଲେ ବିଧାୟକ

Share with people

ନିଜ ବନ୍ଧୁକରୁ ନିଜକୁ ଗୁଳି କଲେ ବିଧାୟକ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ପଞ୍ଜାବରେ । ପଞ୍ଜାବର ପଶ୍ଚିମ ଲୁଧିଆନାର AAP ବିଧାୟକ ଗୁରୁପ୍ରୀତ ବସ୍ପି ଗୋଗୀ ନିଜକୁ ଗୁଳି କରିଛନ୍ତି । ଗୁଳିମାଡ଼ ପରେ ପରିବାର ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏହି ଘଟଣା ଶୁକ୍ରବାର ରାତି ପ୍ରାୟ ୧୧ଟା ୩୦ରେ ହୋଇଥିଲା । ସୂଚନା ଅନୁଯାୟୀ, ଗୁଳିଟି ଆପ୍‌ ବିଧାୟକଙ୍କ ମୁଣ୍ଡରେ ବାଜିଥିଲା । ଘର ଭିତରୁ ବନ୍ଧୁକ ଫାୟାରିଂ ଶବ୍ଦ ଶୁଣିବା ମାତ୍ରେ ପରିବାର ସଦସ୍ୟ କୋଠରୀକୁ ଯାଇ ଦେଖିଲେ ଯେ ସେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଛନ୍ତି । ଯାହା ପରେ ପରିବାର ଲୋକେ ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନେଇଯାଇଥିଲେ । ପୋଲିସ କହିଛି ଯେ ଯେତେବେଳେ ଘଟଣାଟି ଘଟିଥିଲା, ବିଧାୟକ ତାଙ୍କ କୋଠରୀରେ ଏକା ଥିଲେ । ଗୁରୁପ୍ରୀତ ଗୋଗୀ ତାଙ୍କ ପାଖରେ ଥିବା ଲାଇସେନ୍ସପ୍ରାପ୍ତ ପିସ୍ତଲ ସଫା କରିବା ସମୟରେ ଦୁର୍ଘଟଣାବଶତଃ ଗୁଳି ତାଙ୍କ ମୁଣ୍ଡରେ ଲାଗିବାରୁ ତାଙ୍କର ମୃତ୍ୟୁ ହୋଇଛି ବୋଲି ପରିବାର ଲୋକଙ୍କ ପକ୍ଷରୁ କୁହାଯାଇଛି ।

ଡିସିପିଙ୍କ କହିବା ମୁତାବକ, ଗୁଳି ବାଜିବା ପରେ ତୁରନ୍ତ ତାଙ୍କୁ ଲୁଧିଆନା ସ୍ଥିତ ଡିଏମ୍‌ସି ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଛି। ବର୍ତ୍ତମାନ ମୃତଦେହକୁ ଶବ ବ୍ୟବଚ୍ଛେଦ ଗୃହରେ ରଖାଯାଇଛି। ଏହି ଘଟଣା ରାତି ପ୍ରାୟ ୧୨ଟା ସମୟରେ ଘଟିଥିଲା।​​ ପୋଷ୍ଟମର୍ଟମ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ। ସେପଟେ ଏହା ହତ୍ୟା ନା ଆତ୍ମହତ୍ୟା ଏଭଳି ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରହିଛି।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *