ଛୁରା ମାଡରେ ଝିଅକୁ ଗୁରୁତର ଓ ପୁଆକୁ କୂଅରେ ବୁଡାଇ ହତ୍ୟା ।
ବାପା ନା ରାକ୍ଷସ ?
ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ବୋଇରଗାଁ ପଞ୍ଚାୟତ ଅନ୍ତର୍ଗତ କୁଟିଆପଡ଼ା ରେ ପିଶାଚ ନର ରାକ୍ଷାସ ବାପାର ଜଘନ୍ୟ କାଣ୍ଡ । ୧୪ ମାସର ପୁଅକୁ କୁଅ ରେ ବୁଡାଇ ହତ୍ୟା କରିବା ସହ ୧୦ ବର୍ଷର ଝିଅର ଗଳା କାଟିବା ସହ ଶରୀରର ବିଭିନ୍ନ ଜାଗାରେ ଛୁରା ମାରି କ୍ଷତ ବିକ୍ଷତ କରି ଗୁରୁତର ଆହତ କରିଛି । ମିଳିଥିବା ସୂଚନା ଅନୁସାରେ ନୂଆପଡା ଜିଲ୍ଲା ବୋଡ଼େନ ଥାନା ଅନ୍ତର୍ଗତ କୁଟିଆ ପଡ଼ା ଗାଁରେ କିଶୋର ମାଝି ଘରେ ତାର ସ୍ତ୍ରୀ ଜୟନ୍ତୀ ମାଝୀ ନଥିବା ବେଳେ ଔଷଧ ଦେଇ ଗାଁ ପାଖ ଚୂଆରେ ଶିଶୁପୁତ୍ରକୁ ବୁଡ଼ାଇ ମାରିବା ସହ ନିଜ ୧୦ବର୍ଷର ଝିଅର ତଣ୍ଟି କାଟି ମାରିଦେବାକୁ ଉଦ୍ୟମ କରିଛି। ତେବେ ଏନେଇ ପଡିଶା ଜାଣିବା ପୂର୍ବରୁ ଘର ଆଗରେ ପୁଅର ମୃତଦେହ ରଖି ବାପା ଫେରାର୍ ମାରିଥିଲା। ପରେ ଗାଁ ଲୋକ ଘଟଣା ସମ୍ପକରେ ଜାଣି ଝିଅ ଓ ପୁଅକୁ ବୋଡ଼େନ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ବୋଡ଼େନ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ପୁଅକୁ ମୃତ ଘୋଷଣା କରିଥିବା ବେଳେ ଖବର ଲେଖିବା ପର୍ଯ୍ୟନ୍ତ ଗୁରୁତର ଅବସ୍ଥାର ଝିଅର ଚିକିତ୍ସା ଚଳାଇଛନ୍ତି। ବୋଡ଼େନ ପୁଲିସ ଘଟଣସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଥିବା ବେଳେ ଏହା ଏକ ପାରିବାରିକ କଳହରୁ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଥିବା ବୋଡ଼େନ ଆଇଆଇସି ଗୋବିନ୍ଦ ଚନ୍ଦ୍ର ମାଝୀ ସୂଚନା ଦେଇଛନ୍ତି।

