ରସିକିଆ ମାଷ୍ଟରଙ୍କୁ ଧରିବାକୁ ଆସି ହଟହଟା ହେଲା ପୋଲିସ

ରସିକିଆ ମାଷ୍ଟରଙ୍କୁ ଧରିବାକୁ ଆସି ହଟହଟା ହେଲା ପୋଲିସ

Share with people

ସ୍କୁଲରେ ତାଲା ପକାଇଲେ ଲୋକେ, ଉଦ୍ଧାର ପାଇଁ ଯାଇଥ‌ିବା ପୋଲିସକୁ ଘେରାଉ କଲେ ଲୋକେ

କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ବଳଦିଆମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ଅପରାହ୍ନରେ ହାଇଡ୍ରାମା ଦେଖୂବାକୁ ମିଳିଛି । ସ୍ଥାନୀୟ ପ୍ରଧାନଶିକ୍ଷକ ଦୁଲେନ୍ଦ୍ର ମେହେର ସ୍କୁଲର କିଛି ଛାତ୍ରୀଙ୍କୁ ଅସଦାଚରଣ କରୁଥିବା ଓ ବିଭିନ୍ନ ସମୟରେ ତାଙ୍କୁ ସୁଶି କରୁଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଜୁନାଗଡ଼ ବିଇଓଙ୍କ ଠାରେ ଏହାର ତଦନୁ କରିବା ପାଇଁ ଅଭିଯୋଗ ହୋଇଥିଲା । ଅପରାହ୍ନରେ ଜୁନାଗଡ଼ ବିଭାଗର ବିଆରସିସି ଶିକ୍ଷା ବିଭାଗ ସୁଶାନୁ ଠାକୁର, ଶିକ୍ଷୟତ୍ରୀ ଛାତ୍ରୀଙ୍କ ଅତିରିକୁ ଗୋଷ୍ଠୀ ଶିକ୍ଷା ଅଧୂକାରୀ କ୍ଷୀରୋଦ ଭୋଇ, ଶିକ୍ଷୟତ୍ରୀ ଚିନ୍ମୟୀ ପରିଡା ସ୍କୁଲକୁ ଯାଇଥିଲେ । ତେବେ ଏହି ସମୟରେ ଅଭିଭାବକ ଓ ଗ୍ରାମବାସୀ ସ୍କୁଲ କୁ ଉତ୍ୟକ୍ତ ହୋଇ ଆସିବାରୁ ଭୟରେ ପ୍ରଧାନ ଶିକ୍ଷକ ମେହେର ସ୍କୁଲ ଭିତରକୁ ଯାଇ କବାଟ ବନ୍ଦ କରିଦେଇଥିଲେ। ଉପସ୍ଥିତ ଗ୍ରାମବାସୀ ଓ ଅଭିଭାବକ ମାନେ ମଧ୍ୟ ଆଗ ପଟରୁ ତାଲା ପକାଇ ଦେଇଥିଲେ । ପରେ ସେଠାରେ ପରିସ୍ଥିତି ଅଣାୟତ ହେବାରୁ ଜୁନାଗଡ଼ ବିଇଓ ତପନ ମାଝୀ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଜୁନାଗଡ଼ ପୋଲିସ ଘଟଣା ସ୍ଥଳକୁ ପହଞ୍ଚିଥିଲା। ସ୍କୁଲର ଭିତରୁ ପ୍ରଧାନ ଶିକ୍ଷକ ମେହେରଙ୍କୁ ପୋଲିସ ଉଦ୍ଧାର କରି ଗାଡ଼ିରେ ବସାଇ ନେବାବେଳେ ସ୍ଥାନୀୟ ଲୋକେ ପୋଲିସ ଗାଡିକୁ ଛାଡି ନ ଥିଲେ। ଯାହାଫଳରେ ଦୀର୍ଘ ସମୟ ଧରି ସେଠାରେ ଚାପା ଉତ୍ତେଜନା ଦେଖୂବାକୁ ମିଳିଥିଲା । ଏହାଯୋଗୁଁ ସ୍କୁଲ ଆଗରେ ଯାଇଥିବା ୨୬ ନଂ ଜାତୀୟ ରାଜପଥରେ ଯାନ ବାହାନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା। ଏପରିକି ପ୍ରଧାନ ଶିକ୍ଷକ ମେହେରଙ୍କୁ ସ୍କୁଲ ବାହାରକୁ ଆଣିବା ପାଇଁ ପୋଲିସକୁ ନାକେଦମ ହେବାକୁ ପଢୁଥୂଲା I ପ୍ରାୟ ଘଣ୍ଟାଏ ପରେ ପୋଲିସ ପ୍ରଧାନ ଶିକ୍ଷକଙ୍କୁ ଉଦ୍ଧାର କରି ଥାନାକୁ ଆଣିବାରେ ସକ୍ଷମ ହୋଇଥିଲା । ଏ ନେଇ ଜୁନାଗଡ଼ ବିଇଓ ତପନ ମାଝୀଙ୍କୁ ପଚାରିବାରୁ ପ୍ରଧାନ ଶିକ୍ଷକଙ୍କ ନାମରେ ଅଭିଯୋଗ ଆସିବା ପରେ ତଦନୁ ପାଇଁ ଦୁଇଜଣ ଏବିଇଓ ଜଣେ ଶିକ୍ଷୟତ୍ରୀଙ୍କୁ ପଠାଯାଇ ପାଇଥିଲା। ତଦନ୍ତ ପରେ ବୁଧବାର ପ୍ରଧାନଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଥିଲେ। ଅନ୍ୟପଟେ ପ୍ରଧାନ ଶିକ୍ଷକ ମେହେରଙ୍କୁ ଘଟଣା ସମ୍ପର୍କରେ ପଚାରିବାରୁ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲେ ।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *