ଚନ୍ଦନ ଯାତ୍ରାରେ ଫୁଟିବନି ବାଣ

ଚନ୍ଦନ ଯାତ୍ରାରେ ଫୁଟିବନି ବାଣ

Share with people

ଗତବର୍ଷ ବାହାର ଚନ୍ଦନଯାତ୍ରାରେ ବାଣ ବିସ୍ଫୋରଣ ଅଘଟଣ ପରେ ସଜାଗ ହୋଇଛି ଶ୍ରୀମନ୍ଦିର ପ୍ରଶାସନ । ଭକ୍ତ ଓ ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ କରାଯାଇଛି ବ୍ୟାପକ ବ୍ୟବସ୍ଥା ।

ଚନ୍ଦନ ଯାତ୍ରାରେ ଫୁଟିବନି ବାଣ

ଛତିଶାନିଯୋଗ ବୈଠକ ଶେଷ। ଚଳିତବର୍ଷ ଚନ୍ଦନଯାତ୍ରା ନୀତିନିର୍ଘଣ୍ଟ ଚୂଡାନ୍ତ, ସହ ସ୍ନାନ ଯାତ୍ରା, ରଥଯାତ୍ରା ନୀଳାଦ୍ରି ମହୋଦୟ,, ନୃସିଂହ ଜନ୍ମ,,ଭଉଁରୀ ତିଥି ପାଇଁ ହୋଇଛି ସ୍ୱତନ୍ତ୍ର ନୀତିନିର୍ଘଣ୍ଟ। ଚଳିତବର୍ଷ ଚନ୍ଦନଯାତ୍ରା ନୀତିନିର୍ଘଣ୍ଟକୁ ଛତିଶାନିଯୋଗ ଅନୁମୋଦନ କରିଛି।

ଗତ ଶିକ୍ଷାବର୍ଷରେ ସେବକ ପରିବାରର ଛାତ୍ରଛାତ୍ରୀ ମଧ୍ୟରୁ 5 ଜଣ ଛାତ୍ର ଓ 5 ଜଣ ଛାତ୍ରୀଙ୍କୁ 50 ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ। ଦଶମ ଓ ଦ୍ୱଆଦଶରେ 23 ଜଣ ଛାତ୍ରଛାତ୍ରୀଙ୍କୁ 10 ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ। ଗତବର୍ଷ ବାହାର ଚନ୍ଦନଯାତ୍ରାରେ ବାଣ ଵିଷ୍ପୋରଣରେ ମୃତ୍ୟୁ ପାଇଁ ଚଳିତବର୍ଷ ବାଣ ଫୁଟାଇବା ରୋକ୍। ଚନ୍ଦନଯାତ୍ରାରେ ଭକ୍ତ ଓ ସେବକଙ୍କ ହେବ ହେଲଥ୍ ଇନସୁରାନ୍ସ। ନରେନ୍ଦ୍ର ପୁଷ୍କରିଣୀ ବାହାରେ ହେବ ଦୁଇଟି ଫାଷ୍ଟଏଡ୍ ସେଣ୍ଟର।

ନୂତନ ପରିଚାଳନା କମିଟି ଗଠନ ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା। ପ୍ରତିକ୍ରିୟା ରଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି। ଏବଂ ଏହା ସହ ସେ ରତ୍ନ ଭଣ୍ଡାର ର ମରାମତି କୁ ନେଇ କହିଛନ୍ତି ରତ୍ନ ଭଣ୍ଡାର ର ମରାମତି କାର୍ଯ୍ୟ ଯାହାବି ଚାଲୁ ରହିଛି କାରଣ ରତ୍ନଭଣ୍ଡାର ର ସ୍ଥାଇ ମରାମତି ସମସ୍ତେ ଚାହାଁନ୍ତି ଯେପରି ମନ୍ଦିର ପ୍ରଶାସନ, ସେବକ, ଜିଲ୍ଲା ପ୍ରଶାସନ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି,ଆଉ ଏହା ମଧ୍ୟ କହିଛନ୍ତି ଯେତେବେଳେ ମରାମତି କାମ ଏବଂ ସଂଗ୍ରାହଣ ଆରମ୍ଭ ହୋଇଥିଲା ସେତେବେଳେ ନୂଆ ନୂଆ କାର୍ଯ୍ୟ ଗୁଡିକ ଯାହା ଭିତର ରତ୍ନ ଭଣ୍ଡାର ହୋଇଛି ତାହା ବିଷୟରେ କହିଛନ୍ତି।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *