ଛଟେଇ ଗୃହରକ୍ଷୀଙ୍କ ପୁନଃ ନିଯୁକ୍ତି ପାଇଁ ଦାବି କଲେ ଗୃହରକ୍ଷୀ ସଂଘ

ଛଟେଇ ଗୃହରକ୍ଷୀଙ୍କ ପୁନଃ ନିଯୁକ୍ତି ପାଇଁ ଦାବି କଲେ ଗୃହରକ୍ଷୀ ସଂଘ

Share with people

ରାଜ୍ୟ ସରକାର ଓଡିଶାର ବିଭିନ୍ନ ଥାନାରେ ଖାଲି ପଡିଥିବା ୧୨୯୨ ଜଣ ଗୃହରକ୍ଷୀଙ୍କ ପଦବୀ ପୁରଣ କରିବେ ବୋଲି କ୍ୟାବିନେଟ ମଂଜୁରି ପାଇଲା ପରେ ମାଲକାନଗିରି ଜିଲ୍ଲାରେ ୨୫ରୁ ଊର୍ଦ୍ଧ୍ଵ ଗୃହରକ୍ଷୀ ଯେଉଂ ମାନେକି ବିନା କାରଣରେ ଛଟେଇ ହୋଇଥିଲେ ସେମାନଙ୍କୁ ପୁନଃ ନିଯୁକ୍ତି ଦେବା ପାଇଁ ଦାବି କରିଛନ୍ତିା ଏଥିସହ ଚାକିରିକାଳ କ୍ଷେତ୍ରରେ ଯେଉଁ ଗୃହରକ୍ଷୀଙ୍କ ମୃତ୍ୟୁ ହୋଇଛି ସେମାନଙ୍କ ପରିବାରର ଜଣଙ୍କୁ ଚାକିରି ଦେବାପାଇଁ ସଂଘ ଦାବି କରିଛିା ସଂଘର ଆଜି ଏକ ବୈଠକ ମାଲକାନଗିରି ସଦର ମହକୁମାରେ ଅନୁଷ୍ଟିତ ହୋଇଥିବା ବେଳେ ଏଥିରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ଥାନା ଅଂଚଳରୁ ଛଟେଇ ହୋଇଥିବା ଗୃହରକ୍ଷୀ କୁଞ୍ଜମଣୀ ବାଘ, କୁମୁଟି ମାଝୀ, ବିଜୟ କୁମାର ଖିତିଙ୍କ ସହ ୨୫ରୁ ଉର୍ଧ ଛଟେଇ ଗୃହରକ୍ଷୀ ଏହି ବୈଠକରେ ଉପସ୍ଥିତ ରହି ଏହି ଦାବି ଜଣାଇଛନ୍ତିା ଦାବି ସମ୍ବନ୍ଧରେ ରାଜ୍ୟ ସରକାର ନିଯୁକ୍ତିର ପ୍ରତିଶୃତି ଦେଇଥିବାରୁ ଗୃହରକ୍ଷୀ ମାନେ ଖୁସି ପ୍ରକଟ କରିବା ସହ ନିଯୁକ୍ତି ସମୟରେ ମାଲକାନଗରି ଆରକ୍ଷୀ ଅଧିକ୍ଷକ ଏଥିପ୍ରତି ଗୁରୁତ୍ୱ ଦେବାପାଇଁ ସଂଘ ଦାବି କରିଛିା


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *