ବର୍ଷା ଯୋଗୁଁ ବିଲରେ ଗଜା ହେଲା ଧାନ

ବର୍ଷା ଯୋଗୁଁ ବିଲରେ ଗଜା ହେଲା ଧାନ

Share with people

ଚାଷୀଙ୍କ ପିଛା ଛାଡ଼ୁନି ଲଘୁଚାପ ; ବର୍ଷାରେ ହନ୍ତସନ୍ତ ଚାଷୀ

ବର୍ଷାରେ ହନ୍ତସନ୍ତ ଚାଷୀ

ଭାତହାଣ୍ଡି ଉପରେ ଲଗାତାର ମାଡ଼ ।ଚାଷୀଙ୍କ ଜମିରେ ପଡିରହିଛି କଟାଧାନ । ବର୍ଷା ଯୋଗୁ ଜମିରେ କଟା ହୋଇ ପଡିବା ଧାନ ଗଜା ହେବାକୁ ବସିଲାଣି । ସାରା ରାଜ୍ୟର ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି । ଗୋଟିଏ ପରେ ଗୋଟିଏ ଲଘୁଚାପ ଚାଷୀଙ୍କୁ ହତାଶ କରୁଛି । ଅମଳ ସମୟରେ ବର୍ଷା ଭିଜାଇ ଦେଇଛି ବର୍ଷକର ଆହାର । ଧାନ ଫସଲ ଉଜୁଡିବା ପରେ ଚିନ୍ତାରେ ପଡିଛି ଚାଷୀକୂଳ ।

ସେପଟେ ଧାନ, ପରିବା ସାଙ୍ଗକୁ ରବି ଫସଲ ବ୍ୟାପକ କ୍ଷତି ହୋଇଛି । ମଣ୍ଡିରେ ପଡିଥିବା ବସ୍ତା ବସ୍ତା ଧାନ ଭିଜୁଛି । ଗତ ୨୦ ଓ ୨୧ ତାରିଖ ଲଗାଣ ବର୍ଷାରେ ବ୍ୟାପକ ଫସଲ ନଷ୍ଟ ହୋଇଥିଲା । ତେଣୁ ଚାଷୀ ଅକ୍ଳାନ୍ତ ପରିଶ୍ରମ କରି ପାଣି କାଦୁଅରୁ ଛାଣି ଶୁଖାଇଥିଲା । ପୁଣି ବର୍ଷା ସେଗୁଡିକୁ ନଷ୍ଟ କରିଦେଲା । ଅନ୍ୟପଟେ ବୀମା କରିଥିବା ଚାଷୀ କ୍ଷତିପୂରଣ ପାଇବେ କି ନାହିଁ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ତେବେ ଚାଷୀଙ୍କ କ୍ଷତିର ଆକଳନ କରି କ୍ଷତିପୂଣର ଦିଆଯିବ ବୋଲି କହିଛନ୍ତି ସମବାୟ ମନ୍ତ୍ରୀ । ଏପରିକି କମିଟି ଯାଇ ତଦନ୍ତ କରିବା ସହିତ ଫସଲହାନୀ ହୋଇଥିଲେ କ୍ଷତିପୂରଣ ଦିଆଯିବ ବୋଲି ଚାଷୀଙ୍କୁ ପ୍ରତିଶୃତି ଦିଆଯାଇଛି | ତେଣୁ ଖାଲି ଦେଖିବାକୁ ବାକି ରହିଲା ଯେ, କେବେ ଚାଷୀଙ୍କ ଦୁଃଖ ଆଉ ଚିନ୍ତା ଦୂର ହେଉଛି |


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *