ଚାଷୀଙ୍କ ଆନ୍ଦୋଳନ ଚେତାବନୀ

ଚାଷୀଙ୍କ ଆନ୍ଦୋଳନ ଚେତାବନୀ

Share with people

ସୁବର୍ଣ୍ଣପୁର ଜିଲ୍ଲା ସଦର ପଂଚାୟତ ସମିତି ଅନ୍ତର୍ଗତ ଖମ୍ବେଶ୍ୱରୀପାଲି ଅଞ୍ଚଳର ଚାଷୀ ଆଜି ଆନ୍ଦୋଳନ କରିଛନ୍ତି।ପ୍ରଶାସନିକ ଦୃଷ୍ଟି ଆକର୍ଷଣ କରିବା ସହିତ ଚାଷୀଙ୍କ ଦାବି ପୂରଣ ସୁବର୍ଣ୍ଣପୁର ବଲାଙ୍ଗିର 57 ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି।ଦସରା ସରି କାର୍ତ୍ତିକ ମାସ ଆରମ୍ଭ ହୋଇଥିବା ବେଳେ ପ୍ରଚଣ୍ଡ ଖରାରେ ଚାଷ ଜମି ଧୀରେ ଧୀରେ ମରୁଡ଼ିଗ୍ରସ୍ତ ହେଉଛି।ଏହି ବେଳାରେ ଚାଷ ଜମି ପାଣି ଆବଶ୍ୟକ କରୁଥିବା ବେଳେ ଉଠା ଜଳସେଚନ ବିଭାଗର ଅବହେଳା ଯୋଗୁଁ ସଦର ବ୍ଲକ ଛତା ପିପଲ ଗାଁରେ ତେଲନଦୀ କୂଳରେ ଥିବା ପାର୍ବତୀ ଗିରି ମେଗା ଉଠା ଜଳ ସେଚନ ପ୍ରକଳ୍ପ କାର୍ଯ୍ୟ କରୁନାହିଁ।ଫଳରେ ପାଣି ଅଭାବ ଯୋଗୁଁ ଖମ୍ବେଶ୍ଵରୀପାଲି ,ଖରଝୁରା ,ମଲ୍ଲିକ ମୁଣ୍ଡା ,ବିସିମୁଣ୍ଡା ଆଦି ପାଞ୍ଚୋଟି ପଂଚାୟତର 50 ରୁ ଅଧିକ ମୌଜାର ଚାଷ ଜମିରେ ମରୁଡ଼ିର ଆଶଙ୍କା ବଢି ଚାଲିଛି।ଏବେ ଚାଷୀଙ୍କ ଭରସା ଇନ୍ଦ୍ରଦେଵ ଓ ଉଠା ଜଳ ସେଚନ ପ୍ରକଳ୍ପ କର୍ତ୍ତୃପକ୍ଷ।ତେବେ ବାରମ୍ବାର ସରକାରୀ ବାବୁଙ୍କୁ ହାରି ଗୁହାରି କରିବା ପରେ ବି କୌଣସି ଫଳ ନ ମିଳିବାରୁ ଚାଷୀ ମାନେ ବାଧ୍ୟ ହୋଇ ରାଜରାସ୍ତାକୁ ଆସିଛନ୍ତି।ବିଭାଗୀୟ କର୍ତ୍ତୃପକ୍ଷ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଚାଷୀଙ୍କ ସହିତ ଆଲୋଚନା କରିବା ସହିତ ତିନି ଦିନ ମଧ୍ୟରେ ପାଣି ଯୋଗାଇ ଦେବା ପାଇଁ ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି।ଚାଷୀ ମାନେ ସାମୟିକ ଭାବେ ଆନ୍ଦୋଳନ ସ୍ଥଗିତ ରଖିଥିବା ବେଳେ ବିଭାଗୀୟ କର୍ତ୍ତୃପକ୍ଷ ଦାବି ପୂରଣ ନ କଲେ ପୁଣି ଆନ୍ଦୋଳନ କରିବେ ବୋଲି ଚାଷୀ ଚେତାବନୀ ଦେଇଛନ୍ତି।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *