ଚାଲିଥିଲା ଜୁଆ ଖେଳ ମାଡ଼ିବସିଲା ପୋଲିସ ।

ଚାଲିଥିଲା ଜୁଆ ଖେଳ ମାଡ଼ିବସିଲା ପୋଲିସ ।

Share with people

ରାଉରକେଲା ସହରର ଚିଲିଥିଲା ଜୁଆ ଆଡା । ଅତର୍କିତ ଚଢ଼ାଉ କଲା ପୋଲିସ । ୫ ଗିରଫ ଓ ୧୪ ହଜାର ଟଙ୍କା ସହ ୪ ଟି ବାଇକ୍ ଜବତ । ମିଳିଥିବା ସୂଚନା ଅନୁଯାୟୀ । ଗତ କାଲି ସନ୍ଧ୍ୟା ୫ ଟା ସମୟରେ ବ୍ରାହ୍ମଣୀତରଙ୍ଗ ଥାନା ପୋଲିସ ବିଶେଷ ସୂତ୍ରରୁ ଖବର ପାଇ କଲୁଙ୍ଗା ହାଇ ସ୍କୁଲ୍ ନିକଟସ୍ଥ ଏକ ଜଙ୍ଗଲରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢ଼ଉ କରିଥିଲା । ସେଠାରେ ପାଞ୍ଚ ଜଣ ଯୁଆଡି ଙ୍କୁ ଗିରଫ କରିଥିଲା । ସେମାନଙ୍କ ଠାରୁ ୪ ଟି ବାଇକ୍ ଓ ୧୪ ହଜାର ଟଙ୍କା ଜବତ ହୋଇଥିଲା । ବ୍ରାହ୍ମଣୀତରଙ୍ଗ ଥାନା ଅଧିକାରୀ ଖିତିସ ପତ୍ର ଙ୍କ ତତ୍ତ୍ଵାବଧାନରେ ୪ ଟି ଟିମ୍ ଅତର୍କିତ ଚଢ଼ାଉ କରି ସଫଳ ହୋଇଛନ୍ତି । ଏବେ ପାର୍ବଣ ଋତୁ ଚାଲିଥିବା ବେଳେ ରାଉରକେଲା ପୋଲିସ ଜୁଆ ଆଡ୍ଡା ଉପରେ କଡା ନଜର ରଖିଛି l

[ ରିପୋର୍ଟ- ଚନ୍ଦନ ସାମନ୍ତସିଂହାର ]


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *