ପୋଖରୀରେ ବୁଡି ଏକ ୩ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ପାଞ୍ଚ ବର୍ଷୀୟ ଝିଅ ଖେଳୁ ଖେଳୁ ପାଣିରେ ବୁଡ଼ିଯାଇଛନ୍ତି I
ଦୁଇ ଶିଶୁ କନ୍ୟା ଜଣେ ଶିଶୁ ପୁତ୍ରର ମୃତ୍ୟୁ
ପାଣିରେ ବୁଡି ଦୁଇ ୫ ବର୍ଷ ଶିଶୁ କନ୍ୟାଙ୍କ ମୃତ, ସୁଚନା ଅନୁଯାୟୀ ବସ୍ତା ଥାନା ପଣିଶାପଡା ଗ୍ରାମର ଦିଲ୍ଲୀପ କୁମାର ଦାସ ଏବଂ ମାନସ ନନ୍ଦଙ୍କ ଦୁଇଜଣ ଝିଅ(ଉଭୟ ୫ ବର୍ଷ ର) ଘର ପାଖ ବାଡ଼ିରେ ଖେଳୁଥିବା ବେଳେ ପରିବାର ଲୋକଙ୍କ ଅଜାଣତରେ ପାଖରେ ଥିବା ପୋଖରୀ କୁ ଚାଲିଯାଇ ପାଣିରେ ବୁଡି ଯାଇଥିଲେ,ତେବେ ଦୁଇଜଣ ପିଲାଙ୍କୁ ପାଣିରେ ଭାସୁଥିବା ଦେଖି ପରିବାର ଲୋକେ ଜଣକୁ ବସ୍ତା ଏବଂ ଅନ୍ୟ ଜଣକୁ ରାସଗୋବିନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ,ମାତ୍ର ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି,
ସେହିପରି ପୋଖରୀରେ ବୁଡି ଏକ ୩ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ସାଉଣ୍ଡିଆ ଅଞ୍ଚଳ ର ମଧୁସୂଦନ ମଲିକ ଙ୍କ ୩ ବର୍ଷ ର ଶିଶୁ ପୁତ୍ର ଆଶୁତୋଷ ଖେଳୁଥିଲେ କିଛି ସମୟ ପରେ ପରିବାର ଲୋକ ଖୋଜା ଖୋଜି କରିଥିଲେ। ଗ୍ରାମବାସୀ ଖୋଜା ଖୋଜି କରି ଘର ନିକଟସ୍ଥ ଏକ ପୋଖରୀରୁ ଆଶୁତୋଷ ଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନା ଆଣିଥିଲେ। ଡାକ୍ତର ପରୀକ୍ଷା ପରେ ମୃତ ଘୋଷଣା କରିଛନ୍ତି। ଶିଶୁପୁତ୍ର ର ମୃତ୍ୟୁ ପରେ ଅଞ୍ଚଳ ର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
