ଚାରବାଟି ଗ୍ରାମରେ କୂଅରେ ପଡି ମହିଲା ମୃତ

ଚାରବାଟି ଗ୍ରାମରେ କୂଅରେ ପଡି ମହିଲା ମୃତ

Share with people

ସମ୍ବଲପୁର ଜିଲ୍ଲା ଲୁହାପଙ୍କ ପଞ୍ଚାୟତ ଅନ୍ତର୍ଗତ ଚାରବାଟି ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । କୂଅରେ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଜଣଙ୍କ ହେଲେ ଚାରବାଟି ଗ୍ରାମର ରିନା ରାଉଳ । ଶୁକ୍ରବାର ସକାଳେ ଚାରବାଟି ଗ୍ରାମରେ ଥିବା କୂଅରୁ ଘରେ ବ୍ୟବହାର ପାଇଁ ଏକ ଦ‌ଉଡା ସାହାଯ୍ୟରେ ଗରାରେ ପାଣି ବାହାର କରୁଥିଲେ । ହେଲେ ଅସାବଧାନତା ହେତୁ ଗୋଡ଼ ଖସିଯିବାରୁ ସେ କୂଅ ଭିତରେ ପଡ଼ିଯାଇଥିଲେ । ଖବର ପାଇ ଘଟଣାସ୍ଥଳରେ ରେଢ଼ାଖୋଲ ଅଗ୍ନିଶମ ବାହିନୀ ପହଞ୍ଚି ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

[ ରିପୋର୍ଟ- ବିନୋଦ କୁମାର ସେଠୀ ]


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *