ହସ୍ପିଟାଲ ବେଡରେ ଅଚେତ ହୋଇ ପଡିଛନ୍ତି 24ମହିଳା

ହସ୍ପିଟାଲ ବେଡରେ ଅଚେତ ହୋଇ ପଡିଛନ୍ତି 24ମହିଳା

Share with people

ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ଚର୍ଚ୍ଚା ଥମିବାର ନାଁ ନେଉନାହିଁ । ଗୋଟେ ପରେ ଗୋଟେ ଅବ୍ୟବସ୍ଥା ସାମ୍ନାକୁ ଆସୁଛି । ସୂଚନା ମୁତାବକ ବରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକରୁ ପରିବାର ନିୟନ୍ତ୍ରଣ ଅସ୍ତ୍ରପଚାର କରିବା ପାଈଁ ଇଛୁକ ଥିବା ପ୍ରାୟ 30 ଜଣ ମହିଳାଙ୍କୁ ଆଶା ଦିଦି ମାନଙ୍କ ମାଧ୍ୟମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ରହିଥିବା ଜନନୀ ଓ ଶିଶୁ ଚିକିତ୍ସାଳୟକୁ ଡକାଯାଇଥିଲା । ସଠିକ ସମୟରେ ସମସ୍ତେ ପହଁଞ୍ଚି ଯାଇଥିଲେ ପୂର୍ବ ପ୍ରସ୍ତୁତି ଅନୁଯାଇ ସବୁକିଛି ଠିକ ଠାକ ଚାଲିଥିଲା। ଡାକ୍ତର ମଧ୍ୟ ପହଁଞ୍ଚି ଯାଇଥିଲେ ସମସ୍ତଙ୍କୁ ଆନେସ୍ତେସିଆ ଦିଆଯାଇ ଅସ୍ତ୍ରପଚାର ଆରମ୍ଭ କରାଯାଇଥିଲା ମାତ୍ର ତିନିଜଣଙ୍କ ଅସ୍ତ୍ରପଚାର ସାରି ଚତୁର୍ଥ ବେଳକୁ ମେସିନ ଅଚଳ ହୋଇଯାଇଥିଲା ତରବରିଆ ଭାବରେ ଡାକ୍ତର ଅସ୍ତ୍ରପଚାର କକ୍ଷରୁ ବାହାରି ଚାଲିଯାଇଥିଲେ ରୋଗୀଙ୍କ ସମ୍ପର୍କୀୟ କିଛି କହିବା ପୂର୍ବରୁ ଡାକ୍ତର କହିଥିଲେ ଯେ ମେସିନ ଅଚଳ ହୋଇଯାଇଛି ଏବେ ଆଉ ଅସ୍ତ୍ରପଚାର ହୋଇ ପାରିବ ନାହିଁ ଆପଣ ମାନେ ଆପଣଙ୍କ ପେସେଣ୍ଟକୁ ଅନ୍ୟତ୍ର ନେଇଯାଆନ୍ତୁ ନହେଲେ ଅନ୍ୟଦିନ ଆଣିବେ,ଆଜି ଆଉ ହେଇ ପାରିବ ନାହିଁ ଏଭଳି କହିଥିବା ନେଇ ରୋଗୀଙ୍କ ସମ୍ପର୍କୀୟ ମାନେ ଅଭିଯୋଗ ରଖିଥିଲେ। ଅନ୍ୟପଟେ ଚିକିତ୍ସାଳୟରେ ରହିଥିବା ୱାର୍ଡ ଭିତରେ ଗୋଟେ ଗୋଟେ ବେଡ଼ରେ ଦୁଇରୁ ତିନିଜଣ ମହିଳା ଅଚେତ ଅବସ୍ଥାରେ ଶୋଇରହିଥିବା ଦେଖିବାକୁ ମିଳିଥିଲା ସମୁଦାୟ 24 ଜଣ ମହିଳା ଅଚେତ ଅବସ୍ଥାରେ ପଡିରହିଥିବା ବେଳେ ରୋଗୀଙ୍କ ପରିବାର ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା ଏବିଷୟରେ ଖବର ପାଈଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକାରୀ ଡାକ୍ତର କୁବେର ମହନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ପହଁଞ୍ଚି ଅସୁବିଧା ସମ୍ପର୍କୀରେ ସୂଚନା ନେଇଥିବା ଖବର ମିଳିଛି। ଅସ୍ତ୍ରପଚାର ପାଈଁ ଆସିଥିବା ମହିଳାଙ୍କ ମଧ୍ୟରେ ବରପାଲି ବ୍ଲକ କାଏଁସିରରୁ ପାଞ୍ଚ ଜଣ, ବାରଙ୍ଗ ପାଳିରୁ ତିନି ଜଣ, ରାବଣଗୁଡାରୁ ତିନିଜଣ,ବାଗବାଡିରୁ ତିନିଜଣ, ବରଗଡ଼ ବ୍ଲକ ଧମନାଁମୁଣ୍ଡାରୁ ଜଣେ, ମହଦାରୁ ଜଣେ ଓ ଭଟଲି ବ୍ଲକ କୁଶନପୁରୀରୁ ଜଣେ ରହିଥିଲେ ।

[ ରିପୋର୍ଟ- ଅରୁଣ ମେହେର]


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *