ମାଫିଆଙ୍କ ନୂଆ ତରିକା କ୍ଷୀର ଗାଡ଼ିରେ ଗୋ ଚାଲାଣ ||

ମାଫିଆଙ୍କ ନୂଆ ତରିକା କ୍ଷୀର ଗାଡ଼ିରେ ଗୋ ଚାଲାଣ ||

Share with people

ଗୋ ଚାଲାଣ ପାଇଁ ନୂଆ ଉପାୟ ଆପଣାଛନ୍ତି ଗୋ ମାଫିଆ | ଯାହାର ପର୍ଦାଫାଶ କଲା କଟକ ଜିଲ୍ଲା ବାରଙ୍ଗର ଗୋଡ଼ିସାହି ପୋଲିସ |ଚମ୍ପଟ ହୋଇଛି ଗୋ ମାଫିଆଙ୍କ ପ୍ଲାନ | ଅଳ୍ପକେ ବର୍ତ୍ତିଛି ଗୋ ମାତାଙ୍କ ଜୀବନ | ଆପଣ ମଧ୍ୟ ଶୁଣିଲେ ହୋସ ଉଡିଯିବ | ପୋଲିସ ଜବତ କରିଥିବା କ୍ଷୀର ଗାଡିରୁ କ୍ଷୀର ବାହାରିବା ପରିବର୍ତ୍ତେ ବାହାରିଲେ ଗୋରୁ | ସେ ପୁଣି ଗୋଡିସାହି ଫାଣ୍ଡି ସାମ୍ନାରେ। ସ୍ଥାନୀୟ ନେତଲ ଅଂଚଳର ଲୋକଙ୍କ ସହାୟତାରେ ଗୋରୁଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି ଗୋଡ଼ିସାହି ପୋଲିସ | ସୂଚନା ଅନୁଯାଇ ଗୋ ମାଫିଆ ମାନେ ଏବେ ନୂଆ ତରିକା ଆପଣାଇଛନ୍ତି ଗୋ ଚାଲାଣ ପାଇଁ ଶେଷକୁ କ୍ଷୀର ଗାଡିରେ ନେଇଛନ୍ତି ସାହାରା |ସେହି କ୍ଷୀର ଗାଡିଟି ଗୋଡ଼ିସାହି ଫାଣ୍ଡି ନିକଟ ମଝୀ ରାସ୍ତାରେ ରହିଥିବା ସମୟରେ ଏହା ମଧ୍ୟରେ ଗୋରୁ ରହିଥିବା ଜାଣିଥିଲେ ସ୍ଥାନୀୟ ଲୋକେ | ସଙ୍ଗେ ସଙ୍ଗେ ଗୋଡ଼ିସାହି ଫାଣ୍ଡି ପୋଲିସକୁ ସୂଚନା ଦେଇଥିଲେ | ପୋଲିସ ଉକ୍ତ କ୍ଷୀର ଗାଡିର ଡୋର ଖୋଲି ଦେଖିବାରୁ ଗୋ ଚାଲାଣ ହେଉଥିବା ନେଇ ସ୍ପଷ୍ଟ ହୋଇଥିଲା | ତୁରନ୍ତ ଉକ୍ତ ଗାଡିକୁ ପୋଲିସ ଜବତ କରିଥିବା ବେଳେ ୧୦ଟି ଗୋରୁ ଉଦ୍ଧାର ହୋଇଛି | ଘଟଣା ସ୍ଥଳରୁ ଗୋ ଚାଲାଣକାରି ମାଫିଆ ଚମ୍ପଟ ମାରିଥିବା ଜଣାପଡ଼ିଛି |


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *