ଗୋଡ଼ାଇ ଗୋଡ଼ାଇ ପିଟିଲେ ଗ୍ରାମବାସୀ

ଗୋଡ଼ାଇ ଗୋଡ଼ାଇ ପିଟିଲେ ଗ୍ରାମବାସୀ

Share with people

ବେଆଇନ ମଦ ବେପାର ଉପରେ ଚଢ଼ାଉ କରିବାକୁ ଆସି ମାଡ଼ ଖାଇଲେ ଅବକାରୀ କର୍ମଚାରୀ

ଚଢ଼ାଉ କରିବାକୁ ଆସିଥିଲ; ନାଦି ଦେଲେ ଗାଁ ଲୋକେ

ଅବକାରୀ କର୍ମଚାରୀଙ୍କୁ ଘେରି ପ୍ରବଳ ଛେଚିଲେ ଗ୍ରାମବାସୀ | ବେଆଇନ୍ ମଦ ଭାଟି ଉପରେ ଚଢ଼ାଉ କରିବାକୁ ଯାଇ ହଟହଟାହୋଇଛନ୍ତି ଅବକାରୀ କର୍ମଚାରୀ।ଏପରିକି ଉତ୍ୟକ୍ତ ଲୋକଙ୍କ ଆକ୍ରମଣରେ ଦୁଇ ଅବକାରୀ କର୍ମଚାରୀ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତି ହୋଇଛନ୍ତି। ତେବେ ଏପରି ଏକ ସାଂଘାତିକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ କନର୍ଲା ଗାଁରେ ।

ମିଳିଥିବା ସୂଚନା ଅନୁଯାୟୀ ,କନର୍ଲା ଗାଁରେ ବିପୁଳ ବେଆଇନ ମଦ କାରବାର ହେଉଥିବା ନେଇ ଅବକାରୀ ବିଭାଗ ପାଖରେ ଖବର ପହଞ୍ଚିଥିଲା। ଏହାପରେ ଅତର୍କିତ ଭାବେ ସଦର ଅବକାରୀ ଟିମ୍ କନର୍ଲା ଗାଁରେ ଚଢାଉ କରିଥିଲା।

ତେବେ ଅବକାରୀ ବିଭାଗ ଆସିବା ଦେଖି ବେଆଇନ୍ ମଦ କାରବାରରେ ସଂପୃକ୍ତ ଲୋକେ ରୁଣ୍ଡ ହୋଇ ଗାଡ଼ିକୁ ଆକ୍ରମଣ କରି ଭଙ୍ଗାରୁଜା କରିବା ସହ କର୍ମଚାରୀଙ୍କୁ ଗୋଡେଇ ଗୋଡେଇ ଆକ୍ରମଣ କରିଥିଲେ। ଏଥିରେ ଅବକାରୀ ବିଭାଗର ଦୁଇ କନେଷ୍ଟବଲ ଗୁରୁତର ଆହତ ହୋଇଥିବା ବେଳେ ଉଭୟଙ୍କୁ ଚିକିତ୍ସା ପାଇଁ ଭବାନୀପାଟଣା ମୁଖ୍ୟ ଡ଼ାକ୍ତରଖାନା ନିଆଯାଇଛି।
ଏ ସଂକ୍ରାନ୍ତରେ ଭବାନୀପାଟଣା ସଦର ଥାନାରେ ଅବକାରୀ ବିଭାଗ ପକ୍ଷରୁ ଏତଲା ଦିଆ ଯିବାରୁ ପୁଲିସ୍‌ ଏହି ମାମଲାର ତଦନ୍ତ ଆରମ୍ଭ କରିଛି


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *