ଘର ଭିତରକୁ ମାଡିଗଲା ଯାତ୍ରା କଳାକାରଙ୍କ କାର

ଘର ଭିତରକୁ ମାଡିଗଲା ଯାତ୍ରା କଳାକାରଙ୍କ କାର

Share with people

ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଘର ମଧ୍ୟକୁ କଳାକାରଙ୍କ ଗାଡି ପଶିଯିବା ଫଳରେ ପରିବାରର ଜଣେ ଶିଶୁଙ୍କ ସମେତ ୩ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି।ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ ପୃଥ୍ୱୀରାଜ ଯାତ୍ରା ପାର୍ଟିର କଳାକାର ବୁଲୁବୁଲୁ ପଟ୍ଟନାୟକ ଏବଂ ବିଶ୍ୱଜିତ ଦାସ ଓଡି ୦୭ଜେ ୮୫୫୯ ନମ୍ବର ବିଶିଷ୍ଟ କାର ଯୋଗେ ସୋରରୁ ବେତଡା ଅଭିମୁଖେ ଯାଉଥିଲେ।ଚପରପଦା ନିକଟରେ କାରଟି ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ବାସନ୍ତି ତରେଇଙ୍କ ଘର ଭାଙ୍ଗି ଭିତରକୁ ପଶି ଯାଇଥିଲା। ଏହି ସମୟରେ ଘର ମଧ୍ୟରେ ଶୋଇଥିବା ଦେଢ଼ ବର୍ଷର ଶିଶୁପୁତ୍ରକୁ ଉଦ୍ଧାର କରିବା ବେଳେ ବାସନ୍ତୀଙ୍କ ବୋହୁ ମାତା ତରେଇ ଆହତ ହେବା ସହିତ ଗାଡ଼ିରେ ଥିବା ୨ ଜଣ ଯାତ୍ରା କଳାକାର ମଧ୍ୟ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ନେବା ସହିତ ସୋର ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡିକୁ ଘର ଭିତରୁ କାଢ଼ିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ।

[ରିପୋର୍ଟ – ସୁମନ୍ତ ଦାସ ]


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *