ବନ୍ଧୁକ ଦେଖାଇ ଲୁଟିନେଲେ ଦୁର୍ବୃତ୍ତ

ବନ୍ଧୁକ ଦେଖାଇ ଲୁଟିନେଲେ ଦୁର୍ବୃତ୍ତ

Share with people

ରାତି ଅଧରେ ଘର ଛାତ ଦେଇ ପଶିଲେ, ଗନ ପଏଣ୍ଟରେ ଲୁଟିନେଲେ। ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ଦେବାନବାହାଳୀ ଗ୍ରାମରେ।

ରାତି ଅଧରେ ଘରେ ପଶି ପଏଣ୍ଟ ବ୍ଲାଙ୍କରେ ବନ୍ଧୁକ ରଖି ଲୁଟ

ରାତି ଅଧରେ ଘର ଛାତ ଦେଇ ପଶିଲେ, ଗନ ପଏଣ୍ଟରେ ଲୁଟିନେଲେ। ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ଦେବାନବାହାଳୀ ଗ୍ରାମରେ। ଗ୍ରାମର ଚନ୍ଦନ ନାୟକ ଏବଂ ତାଙ୍କ ଭାଇ ରଞ୍ଜନ ନାୟକ ଘରେ ଶୋଇଥିବା ବେଳେ ରାତି ପ୍ରାୟ ଗୋଟାଏ ସମୟରେ ୫ ଜଣ ଦୁର୍ବୃତ୍ତ ମୁଖା ପିନ୍ଧି ଛାତ ଉପର ଦେଇ ଘର ଭିତରେ ପଶିଲେ।

ଆଉ ଦୁଇ ଘରେ ଶୋଇଥିବା ଦୁଇ ଭାଇଙ୍କୁ କାବୁ କରି ନେବା ସହିତ ପଏଣ୍ଟ ବ୍ଲାଙ୍କରେ ବନ୍ଧୁକ ରଖି ଲୁଟ କରିଲେ। ଗଡ଼ରେଜ ଖୋଲିବା ସହିତ ଘରେ ଥିବା ନଗଦ ୧୫ ହଜାର ଟଙ୍କା ସହିତ ୨ ଲକ୍ଷ ରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ। ଲୁଟିବା ପରେ ୨ ଭାଇଙ୍କୁ ଘର ଭିତରେ ବାହାର ପାଖରୁ କବାଟ କିଳିବା ସହିତ ମୁଖ୍ୟ ଗେଟରେ ତାଲା ମାରି ଫେରାର ହୋଇଯାଇଥିଲେ ଲୁଟେରା।

୫ ଜଣ ଦୁର୍ବୃତ୍ତ ୨ ଗୋଟି ବନ୍ଧୁକ ଧରିଥିବା ବେଳେ ସେମାନେ ଲୁଟର ଶିକାର ବ୍ୟକ୍ତିଙ୍କୁ ନାମ ଧରି ଡାକୁଥିଲେ। ପଏଣ୍ଟ ବ୍ଲାଙ୍କରେ ଲୁଟ କରି ଲୁଟେରା ଯିବା ପରେ ନିଜ କର୍ମଚାରୀଙ୍କୁ ଡାକି ଗେଟ ଖୋଲି ବାହାରକୁ ଆସିଥିଲେ ଚନ୍ଦନ। ଯାହାକୁ ନେଇ ସେ ଶରତ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *