ଚମ୍ପୁଆ ଥାନା ୫୨୦ ନଂ ଜାତୀୟ ରାଜପଥ ବାସୁଦେବପୁର ନିକଟରେ ଟ୍ରେଲର ମାଡ଼ିଯାଇ ସ୍କୁଟି ଆରୋହୀ ମୃତ୍ୟୁ ହୋଇଥିବାବେଳେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଯାଉଛି। ବିଲେଇ ପଦା ଗ୍ରାମର ସୋମନାଥ ମୁଣ୍ଡା ବାସୁଦେବପୁର ସ୍ବାସ୍ଥ୍ୟ କେନ୍ଦ୍ର ଆସୁଥିବା ବେଳେ ସ୍ବାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଯୋଡ଼ା ପଟୁ ଆସୁଥିବା ଏକ ଟ୍ରଲର ଧକ୍କା ଦେବାରୁ ଘଟଣା ସ୍ଥଳରେ ସୋମନାଥର ମୃତ୍ୟୁ ଘଟିଛି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ୟକ୍ତ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବୀରେ ରାସ୍ତା ରୋକ କରିଥିବା ବେଳେ ରାସ୍ତାର ଦୁଇ ପଟରେ ଶହଶହ ଗାଡି ଅଟକି ରହିଥିଲା I ପରେ ଚମ୍ପୁଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିବା ଜଣାପଡିଛି ।


