ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପଳାସ ଗାଁରେ ରୋଷେଇ ବେଳେ ଗ୍ୟାସ ଟାଙ୍କି ଫାଟି ଉଡି ଯାଇଛି ଜିଆରଏସଙ୍କ ଘର। ତେବେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଘରେ ଥିବା ୪ ଜଣ ସଦସ୍ୟ। କଙ୍କଡାହାଡ଼ ବ୍ଲକ ଦଶିପୁର ପଞ୍ଚାୟତର ଗ୍ରାମ ରୋଜଗାର ସେବକ ମମତା ସାହୁଙ୍କ ଘରେ ଘଟିଛି ଅଘଟଣ। ପରିବାରର ସଦସ୍ୟା ଶକୁନ୍ତଳା ମହାପାତ୍ର ରୋଷେଇ କରୁଥିବା ବେଳେ ହଠାତ ଗ୍ୟାସ ଟାଙ୍କିଟି ଫାଟି ଯାଇଥିଲା। ଯାହା ସିସିଟିଭିରେ କଏଦ ହୋଇଛି।ଗ୍ୟାସ ଟାଙ୍କି ଫାଟି ଯିବା ଯୋଗୁଁ ଛାତ ଘରକୁ ଲାଗି ଥିବା ଆଜବେଷ୍ଟେଜ ଘରଟି ଉଡେଇ ନେଇଥିଲା। ସମ୍ପୂର୍ଣ୍ଣ ଘରଟି ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି। ଖବର ପାଇ ପରଜଙ୍ଗ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଏଥିସହିତ ଏକ ବଡ଼ ବିପତ୍ତିରୁ ପରିବାର ଲୋକେ ବଞ୍ଚି ଯାଇଛନ୍ତି। ତେବେ କିପରି ଏବଂ କାହିଁକି ଗ୍ୟାସ ଟାଙ୍କି ଫାଟିଲା ତାହା ସ୍ପଷ୍ଟ ହୋଇନାହିଁ ।

