ଗ୍ରାମବାସୀଙ୍କ ମୁଣ୍ଡ ଫଟାଇଲେ ବାଲି ମାଫିଆ

ଗ୍ରାମବାସୀଙ୍କ ମୁଣ୍ଡ ଫଟାଇଲେ ବାଲି ମାଫିଆ

Share with people

ଚୋରା ବାଲି ଉତ୍ତୋଳନକୁ ବିରୋଧ କରିବାରୁ ଗ୍ରାମବାସୀଙ୍କୁ ଆକ୍ରମଣ କଲେ ବାଲି ମାଫିଆଙ୍କ, ଆକ୍ରମଣରେ 2ଗୁରୁତ୍ତର ଓ 2ଆହତ। ଗୁରୁତରମାନଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତର ଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା। ଗୁରୁତ୍ୱ ଦୁଇ ଜଣ ହେଲେ ପର୍ଶୁରାମ ଗିରି ଓ ମନୋଜ ଦେ, ବାଲେଶ୍ବର ଜିଲ୍ଲା ଜଳେଶ୍ୱର ଥାନା ଚାଲନ୍ତି ଠାରେ ବିଳମ୍ବିତ ରାତିରେ ସୁବର୍ଣ୍ଣରେଖା ନଦୀରୁ ବାଲି ଉତ୍ତୋଳନ କରୁଥିଲା ବେଳେ ଘଟିଛି ଏପରି ଘଟଣା | ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅଧୀନରେ ବିଭିନ୍ନ ସ୍ଥାନରୁ ବାଲି ମାଫିଆମାନେ ବିଳମ୍ବିତ ରାତିରେ ସୁବର୍ଣ୍ଣରେଖା ନଦୀରୁ ବେଆଇନ ଭାବରେ ଉତ୍ତୋଳନ କରିଆସୁଛନ୍ତି, ପୋଲିସ ଓ ମାଇନ୍ସ ବିଭାଗ ଚଢ଼ାଉ କରୁଥିଲେ ମଧ୍ୟ ବାଲି ମାଫିଆମାନେ ଚକମା ଦେଇ ଖସି ପଳାଉଛନ୍ତି। ତେବେ ଗତ କାଲି ବିଳମ୍ବିତ ରାତିରେ ଚାଲନ୍ତି ଠାରେ କିଛି ବାଲି ମାଫିଆ ସୁବର୍ଣ୍ଣରେଖା ନଦୀରୁ ବେଆଇନ ଭାବରେ ବାଲି ଉତ୍ତୋଳନ କରୁଥିଲା ବେଳେ ଗ୍ରାମର ଚାରି ପାଞ୍ଚ ଜଣ ଯୁବକ ଏହାକୁ ବିରୋଧ କରିବାରୁ ବାଲି ମାଫିଆ ମାନେ ସେମାନଙ୍କୁ ଆକ୍ରମଣ କରିଥିଲେ। ବାଲି ମାଫିଆଙ୍କ ଆକ୍ରମଣରେ 2ଜଣ ଯୁବକ ଗୁରୁତ୍ୱ ହୋଇଥିଲା ବେଳେ 2 ଜଣ ଆହତ ହୋଇଛନ୍ତି। ଗୁରୁତର ଓ ଆହତ ମାନଙ୍କୁ ଗ୍ରାମବାସୀମାନେ ଉଦ୍ଧାର କରି ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲକୁ ଆଣିଥିଲା ବେଳେ ଦୁଇ ଗୁରୁତ୍ୱକୁ ବାଲେଶ୍ୱର ମୁଖ୍ୟ ଡାକ୍ତର ଖାନାକୁ ସ୍ଥାନାନ୍ତରିତ କରାଯାଇଛି |


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *