ବଜ୍ରକାପ୍ତା ଡିଲ୍ ବେଳେ ୪ ଜଣ ଗିରଫ

ବଜ୍ରକାପ୍ତା ଡିଲ୍ ବେଳେ ୪ ଜଣ ଗିରଫ

Share with people

ବଜ୍ରକାପ୍ତା ଡିଲ୍ ବେଳେ ଗୁଡାରି ବନ ବିଭାଗ ର ଚଢ଼ାଉ,୪ ଜଣ ଗିରଫ , ମୁଖ୍ୟ ଆସାମି ଫେରାର

ରାୟଗଡା ଜିଲ୍ଲା ଗୁଡାରି ବନଖଣ୍ଡ ଅନ୍ତର୍ଗତ କେନ୍ଦୁଗୁଡା ବଡନାଳ ନିକଟରେ ବଜ୍ରକାପ୍ତା ବିକ୍ରୟ ପାଇଁ ଯୋଜନା ଚାଲୁଥିବା ବେଳେ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା। ଏହି ସମୟରେ ୪ ଜଣ ବେପାରି କୁ ଗିରଫ କରି ବୁଧବାର ଅପରାହ୍ନରେ ଗୁଣପୁର କୋର୍ଟ ଚାଲଣ  କରିଛି ଗୁଡାରି ବନ ବିଭାଗ। ବଜ୍ରାକାପ୍ତା ଧରି ଘଟଣା ସ୍ଥଳରୁ ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ଜଣାପଡିଛି। ରାୟଗଡା ଜିଲ୍ଲା ବନ ଅଧିକାରି ଙ୍କ ନିର୍ଦେଶ କ୍ରମେ ଏହି ଚଢାଉ କରାଯାଇଥଲା l ଗଜପତୀ ଜିଲ୍ଲା ନିଧିଗୁଡି ଅଞ୍ଚଳ ରୁ ମୁଖ୍ୟ ଆସାମି ଜଣକ ବଜ୍ରକାପ୍ତା ଆଣି ବଡନାଳ ନିକଟରେ  ୨ ଲକ୍ଷ ଟଙ୍କା ରେ ବିକ୍ରୟ ପାଇଁ ଯୋଜନା କରୁଥିଲେ। ବିଶେଷ ସୁତ୍ରରୁ ବନ ବିଭାଗ ଖବର ପାଇ ବାଙ୍ଗି ଛକରୁ ବିଭାଗ ର କର୍ମଚାରି ମାନେ ବେପାରି ମାନଙ୍କ ପିଛା କରିଥିଲେ। ଏହି ସମୟରେ ମୁଖ୍ୟ ଆସାମି ଖବର ପାଇ ବଜ୍ରକାପ୍ତା ଧରି ଫେରାର ହୋଇଯାଇଥିଲେ l ଏ ସଂକ୍ରାନ୍ତ୍ ରେ ଗୁଡାରି ବନ ବିଭାଗ କାର୍ଯ୍ୟାଳୟରେ 148/2024-25 କେଶ ରୁଜୁ ହୋଇଛି।

ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *