ଭିଡିଓ ଉତୋଳନ କରୁଥିବା ସାମ୍ବାଦିକଙ୍କୁ ମାଡ ମାରିବା ସହିତ ମୋବାଇଲ ଛଡାଇ ନେଲେ ମୃତକଙ୍କ ସମ୍ପର୍କୀୟ I
ପୋଲିସକୁ ଗାଳି ଗୁଲଜ କରିବା ଅନ୍ୟପଟେ ସାମ୍ବାଦିକ ଙ୍କୁ ଠେଲା ପେଲା ଓ ମାଡ ମାରିବା ସହିତ ସାମ୍ବାଦିକ ଭିଡିଓ ଉତ୍ତଳନ କରୁଥିବା ମୋବାଇଲ ଛଡାଇ ନେବା ଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି କଟକ ଜିଲ୍ଲା ବାଙ୍କୀ ବୈଦେଶ୍ଵର ଥାନା ଅନ୍ତର୍ଗତ କଳାପଥର ଅଂଚଳର ଜୈନିକ ସାମ୍ବାଦିକ ଶିବ ପ୍ରସାଦ ସାହୁ I ସୂଚନା ଅନୁଯାଇ ସ୍ଥାନୀୟ ଲେମ୍ବେରୀ ଗାଁ ଶ୍ମାଶନରୁ ଶବ ଦାହ ସମୟରେ ପୋଲିସ ପହଂଚି ମୃତ ସୋମନାଥ ପ୍ରଧାନଙ୍କ ଶବ ଜବତ କରିଥିବା ବେଳେ ଘଟଣା ସ୍ଥଳେ ଦେଖିବାକୁ ମିଳିଥିଲା ଚାପାଉତେଜନା I ଯାହାର ଭିଡିଓ ଉତ୍ତଳନ କରୁଥିଲେ ସ୍ଥାନୀୟ ଅଂଚଳର ଜୈନିକ ସାମ୍ବାଦିକ ଶିବ ପ୍ରସାଦ ସାହୁ I ଯେଉଁଥିପାଇଁ ଉତ୍ୟକ୍ର ମହିଳା ଗୋଷ୍ଠି ପୋଲିସ ଉପସ୍ଥିତିରେ ସାମ୍ବାଦିକଙ୍କୁ ଠେଲା ପେଲା କରିବା ସହିତ ମାଡ ମାରି ତାଙ୍କ ମୋବାଇଲକୁ ଛଡାଇ ନେଇଥିବା ଅଭିଯୋଗ ଆଣିଛନ୍ତି ସାମ୍ବାଦିକ ଶିବ ପ୍ରସାଦ I ଶେଷରେ ପୋଲିସ ବଳପୂର୍ବକ ଭାବେ ଗାଁ ଶ୍ମାଶନରୁ ମୃତ ସୋମନାଥଙ୍କୁ ଉଠାଇ ଆଣିଲା I ସେପଟେ ବ୍ୟବଚ୍ଛେଦ ପାଇଁ ଶବକୁ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ପୋଲିସ ପକ୍ଷରୁ ଭର୍ତ୍ତି କରାଯାଇଛି I କାହିଁକି ପୋଲିସ ଶ୍ମଶନରୁ ଉଠାଇ ଆଣିଛି ଶବ ଏହା ପୋଲିସ ହିଁ ସ୍ପଷ୍ଟ କରିବ I ସେପଟେ ଶବ ବ୍ୟବଛେଦ ପାଇ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ମୃତସୋମନାଥଙ୍କ ମର ଶରୀର ଭର୍ତ୍ତି କରିଥିବା ବେଳେ ମୃତ୍ୟୁର ପ୍ରକୃତ ରହସ୍ୟ କଣ ରହିଛି ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ହିଁ ସ୍ପଷ୍ଟ ହେବ I ଅନ୍ୟପଟେ ସାମ୍ବାଦିକ ଶିବ ପ୍ରସାଦଙ୍କୁ ମାଡ ମାରିବା ଆଉ ତାଙ୍କ ମୋବାଇଲ ଛଡାଇ ନେବା ଘଟଣା ସମ୍ପୃକ୍ତ ଦୁର୍ବୁତ୍ତ ମାନଙ୍କୁ ପୋଲିସ କେବେ ଗିରଫ କରୁଛି I ଆଉ ସାମ୍ବାଦିକ ଶିବ ପ୍ରସାଦଙ୍କୁ କିଭଳି ନ୍ୟାୟ ଦେଉଛି ବୈଦେଶ୍ଵର ପୋଲିସ I

